ଭୁବନେଶ୍ଵର: NCW ଅଧ୍ୟକ୍ଷାଙ୍କ ସହ କଥା ହେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । NCW ଦୁର୍ଗାପୁର ଘଟଣାକୁ ଗୁରୁତର ସହ ନେଇଛନ୍ତି ‘ଏକ୍ସ’ରେ ଲେଖିଲେ । NCW ସ୍ବତନ୍ତ୍ର ଟିମ୍ ମେଡିକାଲ୍କୁ ପଠାଇ ତଥ୍ୟ ସଂଗ୍ରହ କରିଛନ୍ତି । ନିରପେକ୍ଷ ତଦନ୍ତ ସହ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୀଡ଼ିତାଙ୍କ ସୁରକ୍ଷା ଓ ଉତ୍ତମ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାକୁ ନେଇ ଉଠୁଛି ପଡୁଛି ସାରାଦେଶ । ଦିଲ୍ଲୀରୁ କୋଲାକାତା ପର୍ଯ୍ୟନ୍ତ ସବୁଠି ଏହି ଘଟଣାକୁ ନିନ୍ଦା କରାଯାଉଛି । ପୀଡ଼ିତାଙ୍କ ସହାୟତା ପାଇଁ ଓଡ଼ିଶାରୁ ସ୍ୱତନ୍ତ୍ର ଟିମ୍ ଯାଇ ପଶ୍ଚିମବଙ୍ଗରେ ପହଞ୍ଚିଛି । ସେପଟେ ଗଣଦୁଷ୍କର୍ମର ଶିକାର ହୋଇଥିବା ଡାକ୍ତରୀ ଛାତ୍ରୀଙ୍କ ପରିବାରକୁ ଭେଟିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ । ପୀଡ଼ିତାଙ୍କ ବାପାଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ମାମଲାରେ ୬ ଜଣ ଅଭିଯୁକ୍ତ ଥିବା ନେଇ ପୀଡ଼ିତାଙ୍କ ବାପା କହିଥିବା ବେଳେ ପୁଲିସ ୫ ଜଣଙ୍କୁ ଗିରଫ କରିଛି।