ଆସନ୍ତା ବର୍ଷ ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ ନେପାଳ ସାଧାରଣ ନିର୍ବାଚନ

କାଠମାଣ୍ଡୁ: ଆସନ୍ତା ବର୍ଷ ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ ନେପାଳ ସାଧାରଣ ନିର୍ବାଚନ । ଅନ୍ତରୀଣ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କି ଶପଥ ନେବା ପରେ ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଅନ୍ତରୀଣ ସରକାର ୬ ମାସ କାମ କରିବା ପରେ ୨୦୨୬ ମାର୍ଚ୍ଚ ୫ରେ ହେବ ନିର୍ବାଚନ । ସଂସଦ ଭଙ୍ଗ ସହ ମାର୍ଚ୍ଚ ୫ରେ ସାଧାରଣ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଷ୍ଟ୍ରପତି । ଏନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ତେବେ GEN-Z ଆନ୍ଦୋଳନ ପରେ କାଲି ଶପଥ ଗ୍ରହଣ କରିଥିଲେ ସୁଶୀଳା କାର୍କି ।

ଦେଶରେ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟାନକୁ ନେଇ ଗତ ୮ ତାରିଖରେ ରାଜଧାନୀ କାଠମାଣ୍ଡୁରେ ଜୋରଦାର ପ୍ରତିବାଦ କରିଥିଲେ ଜେନ-ଜି । ପରେ ଏହା ଭୟଙ୍କର ଆନ୍ଦୋଳନର ରୂପ ନେଇଥିଲା । ସଂସଦ ଭବନ ସହ ବିଭିନ୍ନ ସରକାରୀ ଭବନ ଜାଳିଦେଇଥିଲେ ବୋକ୍ଷୋଭକାରୀ । ଭୀଷଣ ପତିବାଦରେ ଶେଷରେ ମାତ୍ର ୪ ଦିନରେ ଭାଙ୍ଗିଥିଲା ସରକାର । ଏହାପରେ ଅଶାନ୍ତ ନେପାଳର ମଙ୍ଗ ଧରିଥିଲେ ସୁଶୀଳା କାର୍କି । ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଗତକାଲି ସୁଶୀଳା କାର୍କି ଶପଥ ନେଇଥିଲେ । ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲ ତାଙ୍କର ଶପଥ ପାଠ କରାଇଥିଲେ ।