ଅଗଷ୍ଟ ୨୫ରେ କପ୍ତିପଦା ଉପଖଣ୍ଡ ପାଇଁ ଯୁଗ୍ମ ଜନଶୁଣାଣୀ ଶିବିର

ଉଦଳା 23/08 – ଚଳିତ ଅଗଷ୍ଟ ମାସ ପାଇଁ ଆସନ୍ତା ତା.୨୫.୦୮.୨୦୨୫ ରିଖ ଚତୁର୍ଥ ସୋମବାର ଦିନ କପ୍ତିପଦା ଉପଖଣ୍ଡ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହେବ । ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା ଏହି ଶୁଣାଣୀ କାର୍ଯ୍ୟ ପୂର୍ବାହ୍ନ ୧୦ ଘଟିକା ସମୟରେ ଅନୁଷ୍ଠିତ ହେବ । ଏହି ଶିବିରରେ ଉପଖଣ୍ଡ ତଥା ବ୍ଲକ ସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଉପସ୍ଥିତିରେ ଶୁଣାଣୀ କରାଯାଇ ଉତ୍‌ଥାପିତ ଅଭିଯୋଗ ଗୁରୁତର ଯଥା ସମ୍ଭବ ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥାଏ । ସରକାରୀ ଯୋଜନାର କାର୍ଯ୍ୟକାରିତା, ଦୁର୍ନୀତି, ଜନକଲ୍ୟାଣ, ସାମାଜିକ ସୁରକ୍ଷା ଆଦି ସମ୍ବଳିତ ବ୍ୟକ୍ତିଗତ ବା ସାମୂହିକ ସମସ୍ୟା ନେଇ ଏହି ଜନଶୁଣାଣୀରେ ଅଭିଯୋଗ ଉପସ୍ଥାପନ କରିପାରିବେ । ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଅନଲାଇନ ଆବେଦନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଆବେଦନକାରୀ Google କୁ ଯାଇ janasunani.odisaha.gov.in ରେ ଜିଲ୍ଲା ଚୟନ କରିବା ପରେ ଶୁଣାଣୀର ସ୍ଥାନକୁ ଚୟନ କରି ଆବେଦନ କରିପାରିବେ । ପୂର୍ବଭଳି ନିର୍ଦ୍ଧାରିତ ସମୟ ପୂର୍ବରୁ ପହଁଚି ସିଧାସଳଖ ନିଜ ଦରଖାସ୍ତକୁ ମଧ୍ୟ ପଞ୍ଜିକୃତ କରାଇପାରିବେ ବୋଲି ସୂଚନା ଲୋକୋସୋମ୍ପୋର୍କ ଅଧିକାରୀ ସୂଚନା ଦେଇଛନ୍ତି ।