ଭୂତ ପେନସନ୍ ଉଠାଉଛି କିଏ ? ଥାନାରେ ଅଭିଯୋଗ…

ବସ୍ତା -(ଅଜିତ ସାହୁ ) ଭୁତ ଉଠାଉଛି ପେନସନ।ତାହା ପୁଣି ବ୍ୟାଙ୍କ୍ ରୁ। କଥାଟି ହୁଏତ  ବିଶ୍ବାସ ହୋଇ ନପାରେ। ତେବେ କେମିତି ଏହା ସମ୍ଭବ ତାହାକୁ ନେଇ ଅନେକ ପ୍ରଶ୍ନ। ଏଭଳି ସଙ୍ଗୀନ ଅଭିଯୋଗ ହୋଇଛି ବାଲେଶ୍ଵର ଜିଲ୍ଲା ବସ୍ତା ଥାନାରେ । ଅଭିଯୋଗ ମୁତାବକ ପୂର୍ବତନ ଶିକ୍ଷକ ଅନନ୍ତ କୁମାର ଆଚାର୍ଯ୍ୟ ଙ୍କ ଜୁଲାଇ ୧୨ ତାରିଖ ଶନିବାର ରାତିରେ  ମୃତ୍ୟୁ ହୋଇଥିଲା। ମାତ୍ର ମୃତ୍ୟୁ ର ଦିନକ ପରେ ୧୪ ତାରିଖ ରେ  ବ୍ୟାଙ୍କ୍ ଅଫ ଇଣ୍ଡିଆ ବସ୍ତା ଶାଖାରୁ ସ୍ବର୍ଗତ ଆଚାର୍ଯ୍ୟ ଙ୍କ ପେନସନ ଏକାଉଣ୍ଟ୍ ରୁ ଅଚାନକ ପେନସନ ଉଠାଣ ହୋଇଥିବା ଜଣାପଡିଥିଲା। ଯାହା ସ୍ବର୍ଗତ ଆଚାର୍ଯ୍ୟ ଙ୍କ ଝିଅ ଓ ପରିବାର ବର୍ଗ ଯାଞ୍ଚ କରିବାରୁ  ଚେକ୍ ସଂଖ୍ୟା ୩୨୯୮୯ ରେ ବ୍ୟାଙ୍କରୁ ଟଙ୍କା ଉଠାଯାଇଥିବା ବ୍ୟାଙ୍କ୍ ଷ୍ଟେଟମେଣ୍ଟ ରୁ ଜାଣିବାକୁ ପାଇଥିଲେ। ଏନେଇ ଘଟଣା ବାବଦରେ  ବସ୍ତା ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ କୁ ବସ୍ତା ପୋଲିସ, ଏମିତି କି ନିଜେ ବସ୍ତା ଥାନା ଅଧିକାରୀ ରଞ୍ଜିତ ସାହୁ ଗୁରୁତର ସହିତ ଗ୍ରହଣ କରି ବ୍ୟାଙ୍କ୍ କୁ ଯାଇ  ସ୍ବର୍ଗତ ଆଚାର୍ଯ୍ୟ ଙ୍କ  ପେନସନ ଆକାଉଣ୍ଟ ଯାଞ୍ଚ କରିବା ସହିତ, କେମିତି କେଉଁ ପରିସ୍ଥିତିରେ ଉକ୍ତ ଚେକ୍ କିଏ ବ୍ୟବହାର କରିଥିଲେ, କେମିତି  ମୃତ ବ୍ୟକ୍ତିଙ୍କ ଦସ୍ତଖତ ଚେକ ରେ ହେଲା। ଏହି  ଦସ୍ତଖତ ପ୍ରକୁତରେ କାହାର , ଏଇ ଗୋଟିଏ ଘଟଣା ରେ ଚେକ୍ ବ୍ୟବହାର ହୋଇଛି  ନା ଆଉ ଅନ୍ୟ କେଉଁ ବ୍ୟାଙ୍କ୍ ସହିତ ସ୍ଥାବର ସ୍ଥାବର ଅସ୍ଥାବର ସମ୍ପତି, ବ୍ୟାଙ୍କ୍ ବ୍ୟାଲେନସ ରେ ଏଭଳି ଚଞ୍ଚକତା କରାଯାଇଛି । ଏଭଳି ଅନେକ ଦିଗକୁ ନେଇ ତଦନ୍ତ  ଜାରି ରହିଛି। ସବୁଠାରୁ ବଡ କଥା ହେଲା ଏଥିରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ବୋଲି ପଚାରି ଵାରୁ, ଘଟଣାର  ଯାଞ୍ଚ କରାଯାଉଛି ଏଥିରେ ସମ୍ପୃକ୍ତ ଥିବା  ସମସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଖୁବ ଶୀଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ରଞ୍ଜିତ ସାହୁ ପ୍ରକାଶ କରିଛନ୍ତି।