ବିଜେପି ଚନ୍ଦକା ମଣ୍ଡଳ ତରଫରୁ “ହର୍ ଘର୍ ତ୍ରିରଙ୍ଗା” କାର୍ଯ୍ୟକ୍ରମ

ଖୋର୍ଦ୍ଧା:- ଗୁରୁବାର ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ “ହର୍ ଘର୍ ତ୍ରିରଙ୍ଗା” କାର୍ଯ୍ୟକ୍ରମ ବିଜେପି ଚନ୍ଦକା ମଣ୍ଡଳ ସଭାପତି ସ୍ମୃତି ରଞ୍ଜନ ଚୌଧୁରୀ ଙ୍କ ନେତୃତ୍ୱ ରେ ବିଜେପି ଚନ୍ଦକା ମଣ୍ଡଳ ତରଫରୁ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ବିଶ୍ବରଂଜନ ବଡ଼ଜେନା, ରାଜ୍ୟ ପ୍ରବକ୍ତା ସୁଦୀପ୍ତ ରାୟ, ଜିଲ୍ଲା ଉପସଭାପତି ଡାକ୍ତର ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପ୍ରଦୀପ ବଡ଼ଜେନା, ପୂର୍ବତନ ମଣ୍ଡଳ ସଭାପତି, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଙ୍କ ସମେତ ବହୁ ସଂଖ୍ୟାରେ ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ଆନୁଷ୍ଠାନିକ ଭାବେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ସେନା ଅଧକ୍ଷ, ଓକିଲ, ଡ଼ାକ୍ତର, ରାଜନେତା, ଶିକ୍ଷାବିତ୍, କ୍ରୀଡାବିତ୍,ସମାଜସେବୀ, ତଥା ଜନସାଧାରଣ ଅଂଶ ଗ୍ରହଣ କରିବା ସହିତ ମଣ୍ଡଳ ର ସମସ୍ତ ବରିଷ୍ଠ କାର୍ଯ୍ୟ କର୍ତ୍ତା ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ୍ କରି ଥିଲେ ।