ଯାଜପୁର ଜିଲ୍ଲାରେ ପୁଣି ସିରିଜ ଚୋରି । କିଛି ଦିନ ର ବ୍ୟବଧାନ ପରେ ପୁଣି ଥରେ ସମାନ ଢଙ୍ଗରେ ହୋଇଛି ଚୋରି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ବିଞ୍ଝାରପୁର ଥାନା ଅଞ୍ଚଳ ସାସନ୍ଦ ଗାଁରେ । ଉକ୍ତ ଗାଁରେ ଗତ କାଲି ରାତି ଅଧରେ ଶାନ୍ତନୁ ସ୍ୱାଇଁ, ମନ୍ମଥ ଲେଙ୍କା ଓ ଜିତୁ ସହୁ ଙ୍କ ଘରୁ ପାଖାପାଖି ୧୫ଲକ୍ଷ ରୁ ଉର୍ଦ୍ଧ ଟଙ୍କା ର ଅଳଙ୍କାର ଚୋରୀ ହେଉଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳ ରେ ପୋଲିସ ର ତଦନ୍ତ ଚାଲିଛି।