ଗୁଜୁରାଟର ଅହମ୍ମଦାବାଦରେ ଜଣେ ଛାତ୍ରୀ ସ୍କୁଲ ଛାତରୁ ଡେଇଁ ପ୍ରାଣ ହାରିଛନ୍ତି…

ଗୁଜୁରାଟର ଅହମ୍ମଦାବାଦରେ ଜଣେ ଛାତ୍ରୀ ସ୍କୁଲ ଛାତରୁ ଡେଇଁ ପ୍ରାଣ ହାରିଛନ୍ତି । ନଭରଙ୍ଗପୁରା ସ୍ଥିତ ଏକ ସ୍କୁଲର ଚତୁର୍ଥ ମହଲାରୁ ଜଣେ ୧୬ ବର୍ଷୀୟା ଛାତ୍ରୀ ଡେଇଁ ପଡ଼ିଥିଲେ। ଗୁରୁତର ଆହତ ଛାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୁଣ୍ଡରେ ଗବୀର ଆଗାତ ଲାଗିଥିଲା ।


ସୂଚନା ଅନୁଯାୟୀ ନଭରଙ୍ଗପୁରା ସ୍ଥିତ ସୋମ ଲଳିତ ସ୍କୁଲର ଗୁରୁବାର ସ୍କୁଲରେ ବିରତି ସମୟରେ ଏହି ଘଟଣା ଘଟିଥିଲା। ଝିଅଟି ପାଞ୍ଚ ବର୍ଷ ପୂର୍ବରୁ ଏହି ସ୍କୁଲରେ ପ୍ରବେଶ କରିଥିଲା। ନିକଟରେ ଲାଗିଥିବା ସିସଟିଭି ଫୁଟେଜରେ ଛାତ୍ରୀ ଜୀବନ ହାରିବାର ଚିତ୍ର କଏଦ ହୋଇଛି । ପଥମରେ ଝିଅଟି ହାତରେ ଚାବି ରିଙ୍ଗ ଘୁରାଇ ଆସୁ ପରେ ଛାତର ଗ୍ରୀଲ ଉପରେ ଚଢି ତଳକୁ ଡେଇଁ ପଡୁଛି । ତେବେ ଛାତ୍ରୀ ଏପରି ଜୀବନ ହାରିବା ପଛର କାରଣ ଜଣାପଡିନାହିଁ । ଅନେକ ଛାତ୍ରଛାତ୍ରୀ କୈାଣସି ଚାପରେ ରହି ଜୀବନ ହାରିବା ଖବର ସାମ୍ନାକୁ ଆସୁଥିବା ବେଳେ ଝିଅଟି ଏହି ପଦକ୍ଷେପ କାହିଁକି ନେଲା? ତାକୁ ନେଇ ସନେ୍ଦହ ଉଠିଛି ।