ଆହତ ବିଜେଡି ନେତାଙ୍କୁ ଭେଟିଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ ସାମଲ

ଆହତ ବିଜେଡି ନେତାଙ୍କୁ ଭେଟିଲେ ବରିଷ୍ଠ ବିଜେଡି ନେତା ପ୍ରଫୁଲ ସାମଲ । ବାଲେଶ୍ୱର ଏଫଏମ ଘଟଣାରେ ସରକାରଙ୍କ ବିରୋଧରେ ଜୋରଦାର ଶକ୍ତି ପର୍ଦଶନ କରିଥିଲା ବିଜେଡି ।

ଲୋକସେବା ଭବନ ଘେରାଉ ସମୟରେ ପୋଲିସ ରବର ବୁଲେଟ ମାଡରେ ଆହାତ ହୋଇଥିଲେ ବିଜେଡିର କିଛି ଟାଣୁଆ ନେତା । ସେମଧ୍ୟରୁ ପ୍ରଣବ ପ୍ରକାଶ ଦାସ, ପ୍ରିତି ରଞ୍ଜନ ଘଡେଇ ଏବଂ ସୁଲତା ଦେଓ ଆହତ ହୋଇ ହସ୍ପିଟାଲରେ ଚିକିର୍ତ୍ସିତ ହୋଇଥିଲେ ।

ଗତକାଲି ପ୍ରଣବ ପ୍ରକାଶ ଦାସ ଏବଂ ପ୍ରିତି ରଞ୍ଜନ ଘଡେଇ ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି । ପରେ ସେମାନଙ୍କୁ ଦଳର ଜଣଙ୍କ ପରେ ଜଣେ ନେତା ମାନେ ଭେଟୁଛନ୍ତି ।

ସେହି କ୍ରମରେ ଆଜି ବିଜେଡିର ବରିଷ୍ଠ ନେତା ପ୍ରଫୁଲ ସାମଲ ରାଜ୍ୟ ଉପ-ସଭାପତି ଶ୍ରୀ ପ୍ରଣବ ପ୍ରକାଶ ଦାସ ଏବଂ ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ତଥା ଯୁବ ପିଢ଼ିର ଆଦର୍ଶ ଶ୍ରୀ ପ୍ରିତିରଞ୍ଜନ ଘଡ଼େଇଙ୍କ ଗୋଡ ରେ ଆଘାତ ଲାଗିଥିବାର ଖବର ଶୁଣି ତାଙ୍କ ବାସଭବନରେ ପହଞ୍ଚି ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦୁହିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।