ଗାଧୋଇବାକୁ ଯାଇଥିବାବେଳେ ହେଲେ ଭାଲୁ ଆକ୍ରୋଶର ଶିକାର

ଝରୀଗାଁ-: ଭାଲୁ କାମୁଡ଼ାରେ ଯୁବକ ଗୁରୁତର । ଝରୀଗାଁ ବ୍ଲକ ଗୁରୁସିଙ୍ଗା ଗ୍ରାମପଂଚାୟତର ଜିତୁରୁସାହି ଗ୍ରାମର ଉଦ୍ଧବ ସାନ୍ତା ଗାଁ ନିକଟ କେନାଲକୁ ଗାଧୋଇବା ଲାଗି ଯାଇଥିବା ବେଳେ ତାଙ୍କ ଉପରକୁ ଦୁଇଟି ଭାଲୁ ଆକ୍ରମଣ କରିଥିଲେ, ତେବେ ନିକଟରେ ଗାଈ ଚରାଉଥିବା ଗାଈଚରାଳି ମାନେ ଉଦ୍ଧବଙ୍କ ପାଟି ଶୁଣି ଦୌଡ଼ି ଆସିବାରୁ ଭାଲୁ ଦୁଇଟି ଦୌଡ଼ି ପଳାଇଥିଲେ। ଘଟଣା ସ୍ଥଳରୁ ତାଙ୍କୁ ଉଦ୍ଧାର କରି ଝରୀଗାଁ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ଖବର ପାଇ ଝରୀଗାଁ ବନବିଭାଗ କର୍ମଚାରୀ ପହଞ୍ଚି ଘଟଣା ତଦାରଖ କରିଛନ୍ତି।