ଭୁବନେଶ୍ଵର: ଆଜିର ଡିଜିଟାଲ୍ ଯୁଗରେ, ସୋସିଆଲ ମିଡିଆ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଲୋକଙ୍କ ପାଇଁ ଏକ ରୋଜଗାରର ମାଧ୍ୟମ ମଧ୍ୟ ପାଲଟିଛି। ବିଶ୍ୱର ସବୁଠାରୁ ପୁରୁଣା ଏବଂ ବୃହତ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟରୁ ଗୋଟେ ହେଉଛି ଫେସବୁକ୍ । ଫେସବୁକ୍ ଏବେ କଣ୍ଟେଣ୍ଟ କ୍ରିଏଟରମାନଙ୍କୁ ଟଙ୍କା ରୋଜଗାର କରିବାର ଏକ ବଡ଼ ସୁଯୋଗ ଦେଉଛି। କିନ୍ତୁ ପ୍ରାୟତଃ ଲୋକଙ୍କ ମନରେ ଏହି ପ୍ରଶ୍ନ ଥାଏ ଯେ ଫେସବୁକରେ କେତେ ଫଲୋଅର୍ସ ରହିବା ଉଚିତ, କେତେ ଭ୍ୟୁ ପାଇବା ଉଚିତ ଏବଂ ମନିଟାଇଜେସନ୍ କିପରି ଆରମ୍ଭ ହୁଏ। କେବଳ ୧୦୦୦ ଫଲୋଅର୍ସ ରଖିଲେ କ’ଣ ଜଣେ ଟଙ୍କା ରୋଜଗାର କରିବା ଆରମ୍ଭ କରିପାରିବେ ? ତେବେ ଆସନ୍ତୁ ଜାଣିବା ସେ ବିଷୟରେ…

ଫେସବୁକର ମନିଟାଇଜେସନ୍ ସିଷ୍ଟମ୍ ‘ମେଟା ଫର୍ କ୍ରିଏଟର୍ସ’ ପ୍ରୋଗ୍ରାମ ଅଧୀନରେ ଚାଲିଥାଏ ଯାହା ଦର୍ଶକଙ୍କୁ ନିୟମିତ କଣ୍ଟେଣ୍ଟ ଯୋଗାଉଥିବା କ୍ରିଏଟରମାନଙ୍କୁ ହିଁ ଟାର୍ଗେଟ୍ କରିଥାଏ। ଫେସବୁକ୍ ମନିଟାଇଜେସନ୍ ପାଇଁ ବିଭିନ୍ନ ପ୍ରକାରର ଉପକରଣ ପ୍ରଦାନ କରେ ଯେପରିକି ଇନ-ଷ୍ଟ୍ରିମ୍ ବିଜ୍ଞାପନ (ଭିଡିଓ ମଧ୍ୟରେ ଚାଲୁଥିବା ବିଜ୍ଞାପନ), ଫ୍ୟାନ୍ ସବସ୍କ୍ରିପସନ୍ (ସବସ୍କ୍ରାଇବରଙ୍କଠାରୁ ରୋଜଗାର), ବ୍ରାଣ୍ଡେଡ୍ କଣ୍ଟେଣ୍ଟ ଏବଂ ଫେସବୁକ୍ ରିଲ୍ସ ବୋନସ୍। ଯଦି ଆପଣ ଜଣେ ଭିଡିଓ କ୍ରିଏଟର ଏବଂ ଫେସବୁକରେ ନିୟମିତ କଣ୍ଟେଣ୍ଟ ପୋଷ୍ଟ କରନ୍ତି, ତେବେ ଆପଣ ଇନ-ଷ୍ଟ୍ରିମ୍ ବିଜ୍ଞାପନରୁ ରୋଜଗାର ଆରମ୍ଭ କରିପାରିବେ। କିନ୍ତୁ ଏଥିପାଇଁ କିଛି ଯୋଗ୍ୟତା ପୂରଣ କରିବାକୁ ପଡିବ। ପ୍ରଥମତଃ, ଆପଣଙ୍କ ପେଜରେ ଅତି କମରେ ୧୦ ହଜାର ସବସ୍କ୍ରାଇବର ଥିବା ଉଚିତ ଏବଂ ଗତ ୬୦ ଦିନରେ ଅତି କମରେ ୬୦ ହଜାର ମିନିଟ୍ ୱାଚିଙ୍ଗ ଟାଇମ୍ ଥିବା ଉଚିତ। ଏହା ବ୍ୟତୀତ, ଆପଣଙ୍କ କଣ୍ଟେଣ୍ଟ ଫେସବୁକର କମ୍ୟୁନିଟି ଗାଇଡଲାନ୍ସ ଏବଂ ମନିଟାଇଜେସନ୍ ନୀତି ଅନୁସାରେ ମଧ୍ୟ ହେବା ଆବଶ୍ୟକ।

ତେବେ କିଛି ଲୋକଙ୍କ ମନରେ ପ୍ରଶ୍ନ ଆସିଥାଏ ଯେ, ୧୦୦୦ ଫଲୋଅର୍ସ ପାଇବା ପରେ ଆପଣ ଟଙ୍କା ପାଇବା ଆରମ୍ଭ କରିବେ କି? ତେବେ ଏହାର ସିଧା ସଳଖ ଉତ୍ତର ହେଉଛି ନା । ଯଦି ଆପଣଙ୍କର କେବଳ ୧୦୦୦ ଫଲୋଅର୍ସ ଅଛନ୍ତି ତେବେ ଫେସବୁକ୍ ଆପଣଙ୍କୁ ସ୍ୱୟଂଚାଳିତ ଭାବରେ ଟଙ୍କା ଦିଏ ନାହିଁ। ହଁ, ଯଦି ଆପଣଙ୍କର ରିଚ୍ ଭଲ ଅଛି, ଭିଡିଓରେ ଭ୍ୟୁ ବୃଦ୍ଧି ପାଉଛି ଏବଂ ଆପଣ ଏକ ବ୍ରାଣ୍ଡ ସହିତ ଡିଲ୍ କରୁଛନ୍ତି, ତେବେ ଆପଣ ବ୍ରାଣ୍ଡ ସ୍ପନସରସିପ୍ ମାଧ୍ୟମରେ ରୋଜଗାର କରିପାରିବେ। କିନ୍ତୁ ମେଟାର ଅଫିସିଆଲ୍ ମର୍ଟେଲାଇଜେସନ୍ ନୀତି ଅନୁଯାୟୀ, ଇନ-ଷ୍ଟ୍ରିମ୍ ବିଜ୍ଞାପନ ଏବଂ ବୋନସ୍ ପ୍ରୋଗ୍ରାମ୍ ଭଳି ବୈଶିଷ୍ଟ୍ୟଗୁଡ଼ିକ କେବଳ ସେତେବେଳେ ଉପଲବ୍ଧ ହୁଏ ଯେତେବେଳେ ଆପଣଙ୍କର ଫଲୋଅର୍ସ ସଂଖ୍ୟା ଏବଂ ୱାଚିଙ୍ଗ୍ ଟାଇମ୍ ସେମାନଙ୍କର ନିର୍ଦ୍ଧାରିତ ସୀମା ଅତିକ୍ରମ କରିଥାଏ।

କ୍ରିଏଟରମାନେ ଫେସବୁକ୍ ରିଲ୍ସ ମାଧ୍ୟମରେ ମଧ୍ୟ ଭଲ ଟଙ୍କା ରୋଜଗାର କରିପାରିବେ। ମେଟା “ରିଲ୍ସ ବୋନସ୍ ପ୍ରୋଗ୍ରାମ” ଆରମ୍ଭ କରିଛି ଯେଉଁଥିରେ କିଛି ମନୋନୀତ କ୍ରିଏଟରଙ୍କୁ ସେମାନଙ୍କ ରିଲ୍ସର ପ୍ରଦର୍ଶନ ଆଧାରରେ ପ୍ରତି ମାସରେ ବୋନସ୍ ଦିଆଯାଏ। ଏଥିପାଇଁ ଫେସବୁକ୍ ନିଜେ କ୍ରିଏଟରମାନଙ୍କୁ ନିମନ୍ତ୍ରଣ କରିଥାଏ କିନ୍ତୁ ଏଥିରେ ସମସ୍ତେ ସାମିଲ ହୋଇପାରିବେ ନାହିଁ । ଏହା ବ୍ୟତୀତ, ଫ୍ୟାନ୍ ସବସ୍କ୍ରିପସନ୍ ଅର୍ଥାତ୍ ସବସ୍କ୍ରାଇବରଙ୍କଠାରୁ ମାସିକ ଶୁଳ୍କ ଆଦାୟ କରିବା ମଧ୍ୟ ରୋଜଗାରର ଆଉ ଏକ ଉପାୟ। ଯଦି ଆପଣଙ୍କର ବିଶ୍ୱସ୍ତ ଦର୍ଶକ ଅଛନ୍ତି, ତେବେ ଆପଣ ସେମାନଙ୍କୁ ସ୍ୱତନ୍ତ୍ର କଣ୍ଟେଣ୍ଟ ବଦଳରେ ମାସିକ ସବସ୍କ୍ରିପସନ୍ ପ୍ରଦାନ କରିପାରିବେ। ମୋଟାମୋଟି ଭାବରେ, ଫେସବୁକରେ ଟଙ୍କା ରୋଜଗାର କରିବା ପାଇଁ କେବଳ ଫଲୋଅର୍ସ ବୃଦ୍ଧି କରିବା ଯଥେଷ୍ଟ ନୁହେଁ। ଆପଣ ନିୟମିତ ଭାବରେ ଗୁଣାତ୍ମକ ବିଷୟବସ୍ତୁ ପ୍ରଦାନ କରିବା, ଦର୍ଶକଙ୍କୁ ଜଡ଼ିତ କରିବା ଏବଂ ଫେସବୁକ୍ ନୀତି ଅନୁଯାୟୀ କାମ କରିବା ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ କଠିନ ପରିଶ୍ରମ କରନ୍ତି ଏବଂ ଧୈର୍ଯ୍ୟର ସହିତ କାମ କରନ୍ତି, ତେବେ ଫେସବୁକ୍ ଆପଣଙ୍କ ପାଇଁ ଏକ ଭଲ ରୋଜଗାର ପ୍ଲାଟଫର୍ମ ମଧ୍ୟ ହୋଇପାରିବ।