ଗଜପତି-: ପରକୀୟା ପ୍ରୀତି ପାଇଁ ଖିନଭିନ ହୋଇ ଉଜୁଡ଼ି ଗଲା ପରିବାର । ସ୍ତ୍ରୀ ରକ୍ତରେ ହୋଲି ଖେଳିଲା ସ୍ୱାମୀ । ସ୍ତ୍ରୀକୁ ମାରିବା ଆଗରୁ ଭିଡ଼ିଓରେ ଖୋଲି କହିଲା ସବୁ ସତ । କହିଲା ସେ ପରପୁରୁଷ ସହିତ ସମ୍ପର୍କ ରଖିଲା ମୁଁ ତାକୁ ମାରିଦେଲି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଗଜପତି ଜିଲ୍ଲା ଗାଇବା ଗ୍ରାମରେ । ଗାଁର ଜଣେ ଯୁବତୀକୁ ନୂଆଗଡ ବ୍ଲକ କେରେଡାଙ୍ଗ ଗାଁର ଜଣେ ଯୁବକ ପ୍ରେମ ବିବାହ କରିଥଲେ। ବିବାହଦିନ ଠାରୁ ଯୁବକ ଜଣକ ଶଶୂର ଘରେ ରହିବ ସହିତ ହାଇଦ୍ରାବାଦକୁ ଶ୍ରମିକ ଭାବେ କାମ କରିବାକୁ ଯାଉଥିଲା । ଗତ ପ୍ରାୟ ୫ଦିନ ତଳେ ସେ ଶଶୂର ଘରକୁ ଆସିଥିଲେ । ଯୁବକ ଜଣକ ଘରେ ନଥିବା ସମୟରେ ସ୍ତ୍ରୀ ଆଉ କାହା ସହ ସମ୍ପର୍କ ଥିବା ନେଇ ସେ ସନ୍ଦେହ କରିଥିଲା। ଏ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ତେଣୁ ପତ୍ନୀକୁ ହତ୍ୟା କରି ନିଜେ ଜୀବନ ହାରିବାକୁ ପ୍ଲାନ କରିଥିଲା ଯୁବକ ଜଣକ । ଆଉ ଏହା ପୂର୍ବରୁ ଗୋଟିଏ ଭିଡ଼ିଓ କରିଥିଲା । ଯୋଜନା ମୁତାବକ ସୋମବାର ଭୋର ସମୟରେ ସ୍ତ୍ରୀର ଗଳା କାଟି ହତ୍ୟା କରି ଥିଲା ସ୍ୱାମୀ । ମର୍ଡର କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା ସ୍ୱାମୀ। ଆଉ ଗାଁ ନିକଟସ୍ଥ ଜଙ୍ଗଲରେ ଜୀବନ ହାରି ଦେଇଥିଲା। ସକାଳୁ ସକାଳୁ ମହିଳାଙ୍କ ମାଆ ଝିଅର ରକ୍ତ ଜୁଡୁବୁଡ଼ୁ ଶରୀର ଦେଖି ପୋଲିସକୁ ସୂଚନା ଦେଇଥିଲେ।