ଭାରତୀୟ ଟେଲିଭିଜନର ଲୋକପ୍ରିୟ ହିନ୍ଦୀ ସିରିଏଲ କୁ୍ୟୁଙ୍କି ସାସ ଭି କଭି ବହୁ ଥିର ସିଜନ ୨ ପାଇଁ ସୁଟିଂ ଆରମ୍ଭ ହୋଇଛି । ଯେଉଁଥିରେ ତୁଳସୀ ବିରାନି ଚରିିତ୍ରରେ ପୁଣି ଥରେ ନଜର ଆସିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଏହି ସିରିଏଲଟି ୨୦୦୦ ମସିହାରୁ ଆରମ୍ଭ ହୋଇ୨୦୦୮ ମସିହାରେ ଶେଷ ହୋଇଥିଲା । ସ୍ମୃତୀ ଇରାନୀ ଏଥିରେ ତୁଳସୀ ବିରାନୀ ଚରିତ୍ରରେ ଅଭିନୟ କରି ବେଶ ପ୍ରସଂସା ସାଉଁଟିଥିଲେ ।

ଏବେ ପୁଣି ଥରେ ପ୍ରଯୋଜିକା ଏକତା କପୁର ଏହି ଶୋ’କୁ ଫେରାଇ ଆଣୁଛନ୍ତି, ଏବଂ ଜୁନ୍ ୨୦୨୫ରେ ଏହାର ଆନୁଷ୍ଠାନିକ ଘୋଷଣା ହେବାର ଆଶା କରାଯାଉଛି। ସ୍ମୃତୀ ଇରାନୀ ସେହି ସମାନ ଚରିତ୍ରରେ ସିଜନ ୨ରେ ନଜର ଆସିବାକୁ ଯାଉଛନ୍ତି ।

ଏହି ସିରିଏଲର ସୁଟିଂ ବେଳେ ତାଙ୍କୁ ଜେଡ ପ୍ଲସ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯିବ । ସେଟରେ ମୋବାଇଲ ଫୋନ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯାଇଛି। କେବଳ ସ୍ମୃତି ଇରାନୀ, ଅମର ଉପାଧ୍ୟାୟ ଏବଂ ଏକତା କପୁରଙ୍କ ବ୍ୟତୀତ ସେଟରେ ଉପସ୍ଥିତ ସମସ୍ତ ଲୋକଙ୍କ ମୋବାଇଲ୍ ଫୋନ୍ ଟ୍ୟାପ୍ କରାଯିବ। ସମସ୍ତଙ୍କୁ ମୋବାଇଲ୍ ଫୋନ୍ ବ୍ୟବହାର କରିବାରୁ ବାରଣ କରାଯିବ। ଯାହା ଦ୍ୱାରା କୌଣସି ସୂଚନା ଲିକ ହେବାରୁ ରୋକାଯାଇ ପାରିବ।

ଆପଣଙ୍କୁ କହି ରଖୁଛି ଯେ ସମୃତି ଇରାନୀ ୨୦୦୩ ମସିହାରେ ଭାରତୀୟ ଜନତା ପାର୍ଟୀରେ ଯୋାଗ ଦେଇଥିଲେ । ୨୦୧୪ ରୁ ୨୦୨୪ ପର୍ୟ୍ୟନ୍ତ ଅନେକ ମନ୍ତ୍ରଣାଳୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି। ଏବେ ତାଙ୍କ ଅଭିନୟକୁ ଫେରିବା ନେଇ ପ୍ରଶଂସକମାନେ ଉତ୍ସାହିତ। ଏହି ଶୋ’ରେ ୧୫୦ଟି ଏପିସୋଡ୍ ରହିବ, ଯାହା ୨୦୦୦ ଏପିସୋଡର ମାଇଲଖୁଣ୍ଟ ପୂରଣ କରିବ।
