ନାରାୟଣପାଟଣା ବ୍ଲକ କୁମ୍ଭାରି ପଞ୍ଚାୟତ ବାଗାମ ଛକଠାରେ ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ଟ୍ରକ

ନାରାୟଣପାଟଣା-: ନାରାୟଣପାଟଣା ବ୍ଲକ କୁମ୍ଭାରି ପଞ୍ଚାୟତ ବାଗାମ ଛକଠାରେ ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ଟ୍ରକ । ଗାଡ଼ିରେ ଥିବା ୩ ଜଣ ଶ୍ରମିକ ଗୁରୁତର ହୋଇଥିବାବେଳେ ଜଣେ ଟ୍ରକ ତଳେ ଚାପି ହୋଇ ରହିଛନ୍ତି । ଘଟଣା ସମ୍ପର୍କରେ ସ୍ଥାନୀୟ ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରିଛନ୍ତି ।

ସୂଚନା ଥାଉକି, ପଡୋଶୀ ଆନ୍ଧ୍ର ପ୍ରଦେଶରୁ ଟ୍ରକଟି ଇଟା ବୋଝେଇ କରି ନାରାୟଣପାଟଣା ଅଭିମୁଖେ ଆସୁଥିବା ସମୟରେ ଗାଡି ସାମ୍ନାକୁ ଏକ ଛେଳି ଆସିଯାଇଥିଲା ଫଳରେ ଟ୍ରକ ଡ୍ରାଇଭର ଗାଡ଼ିରୁ ଭାରସାମ୍ୟ ହରାଇ ଥିଲେ ଯାହାଫଳରେ ଦୁର୍ଘଟଣା ଘଟିଥିଲା ।