ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା:  ୩୦ରୁ ଉଦ୍ଧ୍ବ ମାଓବାଦୀ ନିହତ

ଛତିଶଗଡ : ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା। ଛତିଶଗଡର ନାରାୟଣପୁର ଜିଲ୍ଲାରେ ଡିଆରଜିର ଯବାନ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ପରେ ଅବୁଝମାଡ ଅଞ୍ଚଳରେ ଏଯାଏଁ ୩୦ ରୁ ଅଧିକ ନକ୍ସଲ ନିପାତ ହୋଇଥିବା ନେଇ ଖବର ମିଳିଛି । ମୃତ ନକ୍ସଲଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀମାନେ ଚଢ଼ାଉ କରିଛନ୍ତି । ମାଓ କ୍ୟାମ୍ପକୁ ପୁରା ଆମ୍ବୁସ ବିଛାଇଥିଲେ ସୁରକ୍ଷାକର୍ମୀ । ଯବାନଙ୍କ ଗୁଳିରେ ୩୦ ମାଓବାଦୀ ନିପାତ ହୋଇଛନ୍ତି । ଏନକାଉଣ୍ଟରରେ ଟପ୍ ମାଓ ନେତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମାଓ ନେତା ବାସବରାଜ ନିହତ ହୋଇଥିବା ଖବର ମିଳିଛି । ସେଣ୍ଟ୍ରାଲ କମିଟିର ମୁଖ୍ୟ ଥିଲା ବାସବରାଜ । ତାଙ୍କ ଉପରେ ୧.୫୦ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । DRG ଜବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି। ଅପରେସନ ରେ ମାଓବାଦୀ ଗୁଳିରେ ଜଣେ ଯବାନ ଗୁରୁତର ହୋଇଛନ୍ତି ।