ମଦର ଡେରୀ ପରେ ଅମୁଲ କଲା କ୍ଷୀରର ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ-: ମାସ ଆରମ୍ଭରୁ ମହଙ୍ଗା ମାଡ଼ । ମଦର ଡାଏରି ପରେ ଏବେ ଅମୁଲ ମଧ୍ୟ କ୍ଷୀର ପ୍ୟାକେଟର ଦାମ ବୃଦ୍ଧି କରିଛି । ଅମୁଲ କ୍ଷୀର ଲିଟର ପିଛା ୨ ଟଙ୍କା ବଢାଇ ବଢେଇ ଦିଆଯାଇଛି ତେବେ ଆଜିଠାରୁ ନୂଆ ଦର ଲାଗୁ କରାଯିବା ନେଇ ସୂଚନା ରହିଛି । ସେହିପରି ଅମୁଲର ଅଧା ଲିଟର କ୍ଷୀର ପ୍ୟାକେଟର ଦାମ ମଧ୍ୟ ୧ ଟଙ୍କା ବଢାଯାଇଛି ।

ସାଧାରଣ ଲୋକଙ୍କୁ ଶକ୍ତ ଝଟକା ଦେଇଛି ଅମୁଲ । ଏଣିକି କ୍ଷୀର ପିଇବା ଆହୁରି ମହଙ୍ଗା ହୋଇଯିବ । ମଦର ଡାଏରି ପରେ ଏବେ ଅମୁଲ ମଧ୍ୟ କ୍ଷୀର ପ୍ୟାକେଟର ଦାମ୍ ବଢ଼ାଇଛି । ମଦର ଡେରୀ କ୍ଷୀରର ମୂଲ୍ୟ ବୃଦ୍ଧି କରିବାର ଗୋଟିଏ ଦିନ ପରେ ଅମୁଲ ମଧ୍ୟ ଗୁରୁବାରଠାରୁ କ୍ଷୀରର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି ଘୋଷଣା କରିଛି । କ୍ଷୀରର ଏହି ମୂଲ୍ୟ ବୃଦ୍ଧି ଅମୁଲ ଷ୍ଟାଣ୍ଡାର୍ଡ, ଅମୁଲ ବଫେଲୋ ମିଲ୍କ, ଅମୁଲ ଗୋଲ୍ଡ, ଅମୁଲ ସ୍ଲିମ୍ ଆଣ୍ଡ୍ ଟ୍ରିମ୍, ଅମୁଲ ଚାୟ ମାଜା, ଅମୁଲ ତାଜା ଏବଂ ଅମୁଲ ଗାଈ କ୍ଷୀର ଉପରେ ଲାଗୁ ହୋଇଛି । ମଦର ଡେରୀ ଦ୍ୱାରା ସମାନ ମୂଲ୍ୟ ବୃଦ୍ଧି ପରେ ଅମୁଲର ଏହି ପଦକ୍ଷେପ ଆସିଛି । ମଦର ଡେରୀ ମଧ୍ୟ ଏପ୍ରିଲ ୩୦ ତାରିଖରୁ କ୍ଷୀର ମୂଲ୍ୟ ପ୍ରତି ଲିଟର ୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛି ।