ମନ୍ଦିରର ୨୦ ଫୁଟ ଲମ୍ବା କାନ୍ଥ ପଡି ୮ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ସୀମାଞ୍ଚଳମ ମନ୍ଦିରରେ ଅଘଟଣ । ବର୍ଷାରେ ୨୦ ଫୁଟ ଲମ୍ବା କାନ୍ଥ ଦୁର୍ବଳ ହୋଇ ଭୁଶୁଡି ପଡିଛି । ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି । ଚନ୍ଦନେଶ୍ୱର ଯାତ୍ରା ପାଇଁ ବରାହଲକ୍ଷ୍ମୀ ମନ୍ଦିରରେ ଯାଇଥିଲେ ଶ୍ରଦ୍ଧାଳୁ ।


ଚନ୍ଦନ ଯାତ୍ରା ଚାଲିଥିବା ବେଳେ କାନ୍ଥ ଭୁଶୁଡି ପଡିଥିଲା ।ଏନଡିଆରଏଫ ଓ ଏସଡିଆରଏଫ ଟିମ ପକ୍ଷରୁ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଚନ୍ଦନ ଯାତ୍ରା ଚାଲିଥିବା ବେଳେ ହଠାତ ୨୦ ଫୁଟର ଏକ ଅଂଶ ଭାଙ୍ଗି ଯାଇଥିଲା । ତୁରନ୍ତ ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ôଚଲେ । ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।