ଭୁବନେଶ୍ୱର : ଖାତାକୁ ଗଲା ଟଙ୍କା । ଅକ୍ଷୟ ତୃତୀୟାରେ ଚାଷୀଙ୍କ ଖାତାକୁ CM କିଷାନ ଟଙ୍କା ପଠାଇଲେ ରାଜ୍ୟ ସରକାର । ପଞ୍ଜୀକୃତ ଚାଷୀଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପଠାଇଲେ ମୁଖ୍ୟମନ୍ତ୍ରୀ । ମୋଟ୍ ୫୦ ଲକ୍ଷ ୧୬ ଚାଷୀଙ୍କ ଖାତାକୁ ଟଙ୍କା ପଠାଯାଇଛି ।
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଣ୍ଟିଛନ୍ତି ସିଏମ୍ କିଷାନ ଟଙ୍କା । ପ୍ରାୟ ୫୦ ଲକ୍ଷ ନାମମାତ୍ର, କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ୧ ହଜାର କୋଟିରୁ ଅଧିକ ଟଙ୍କା । ସିଏମ୍ କିଷାନ ଯୋଜନାରେ ବର୍ଷକୁ ୨ଟି କିସ୍ତିରେ ୪ ହଜାର ଟଙ୍କା ପ୍ରଦାନ କରାଯିବ । ପ୍ରଥମ କିସ୍ତି ନୂଆଖାଇରେ ମିଳିଥିବା ବେଳେ ଏବେ ଦ୍ୱିତୀୟ କିସ୍ତି ମିଳିଛି । ବୁଧବାର ବରମୁଣ୍ଡାସ୍ଥିତ ଓୟୁଏଟିର ଶୈକ୍ଷିକ କୃଷି ଫାର୍ମରେ ଏ ନେଇ ରାଜ୍ୟସ୍ତରୀୟ କୃଷକ ସମାରୋହ ଆୟୋଜିତ ହୋଇଯାଇଛି