ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କଲେ ଭାରତ ସରକାର

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ମୋଦି ସରକାର ସୋମବାର ଦିନ ଭାରତରେ ପାକିସ୍ତାନ ଭିତ୍ତିକ ୟୁଟ୍ୟୁବ ଚ୍ୟାନେଲଗୁଡିକୁ  ବ୍ୟାନ କରିଛନ୍ତି  ।  ପାକିସ୍ତାନର ୧୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ କଲେ ଭାରତ ସରକାର ।

ଭାରତୀୟ ୟୁଟୁବ ୟୁଜର୍ସଙ୍କ ପାଇଁ    ସୋଏବ ଅଖତର ଏବଂ ଆରଜୁ କାଜମୀଙ୍କ ଚ୍ୟାନେଲ ଥିବା ଜଣାପଡିଛି । ଏହାସହ ଡନ ନ୍ୟୁଜ, ଜିଓ ନ୍ୟୁଜ, ଆର୍ୟା ନ୍ୟୁଜ, ସମା ଟିଭି ଏବଂ ବୋଲ ନ୍ୟୁଜର ଚ୍ୟାନେଲ ମଧ୍ୟ ଅଛି । ରଫତାର, ଦ ପାକିସ୍ତାନ, ଜିଏନଏନ୍, ଉଜେର କି୍ରକେଟ, ଆସମା ଶିରାଜୀ, ମୁନିବ ଫାରୁକ, ଶୁନୋ ନ୍ୟୁଜ, ରାଜି ନାମା ଇତ୍ୟାଦି ସାମିଲ ରହିଛି ।

ଏହି ସବୁ ଚ୍ୟାନେଲ ଗୁଡିକ ଭାରତ ବିରୋଧରେ ଗୁଜବ ପ୍ରଚାର କରୁଥିଲେ । ସେନା ଏବଂ ସୁରକ୍ଷା ଏଜେନ୍ସି ବିରୋଧରେ ମିଛ ଏବଂ ଉସକାଇବା ପରି ଖବର ପ୍ରସାରଣ କରୁଥିବା ଅଭିଯୋଗ ହୋଇଛି । ଏସବୁ ୟୁଟ୍ୟୁବ ଚ୍ୟାନେଲ ଆଉ ଭାରତରେ ଦେଖିବାକୁ ମିଳିବ ନାହିଁ ।