ବାଲିପାଟଣା : ବାଳକାଟି ସାଇଫନ୍ ଠାରେ ଭାର୍ଗବୀ ନଦୀରେ ବୁଡ଼ିଗଲେ ୨ ଜଣ ଯୁବକ । ଦୁର୍ଘଟଣାର ସଠିକ୍ କାରଣ ଜଣାପଡ଼ି ନଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ଖସି ପଡ଼ି ନିଖୋଜ ହୋଇଯାଇଥିଲେ । ଦମକଳ ବାହିନୀ ସହାୟତାରେ ଖୋଜାଖୋଜି କରି ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପୋଲିସ ମୃତଦେହ ଉଦ୍ଧାର କରି ତଦନ୍ତ କରିବା ସହ ମୃତଦେହ ବ୍ୟବଚ୍ଛେଦ କରିବାକୁ ମେଡ଼ିକାଲ ପଠାଇଥିବା ଜଣାପଡ଼ିଛି ।