ଭୁବନେଶ୍ୱର :ବିବାହ ଋତୁ ସୁନା ଚାହିଦାରେ ବଡ଼ ବୃଦ୍ଧି ଆଣିଛି । ବିଶ୍ୱ ବଜାରରେ ଦେଖାଦେଇଥିବା ଅସ୍ଥିରତା ମଧ୍ୟରେ ନିବେଶର ସୁରକ୍ଷିତ ମାଧ୍ୟମ ପାଲଟିଛି ଏହି ହଳଦିଆ ଧାତୁ । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଦ୍ୱାରା ସୁନା ଦରରେ ବୃଦ୍ଧି ଘଟୁଛି । ଟଙ୍କା ଦୁର୍ବଳ ହେଲେ ଆମଦାନିରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । ଏ ବର୍ଷ ଟଙ୍କାର ବିନିମୟ ମୂଲ୍ୟରେ ପାଖାପାଖି ୪% ହ୍ରାସ ଘଟିଛି । ଗତ ଡିସେମ୍ବର ୩୧ରୁ ବର୍ତ୍ତମାନ ସୁଦ୍ଧା ସୁନା ଦର ମୋଟ ୨୦ ହଜାର ୮୫୦ ଟଙ୍କା । ଚାରି ମାସ ମଧ୍ୟରେ ପାଖାପାଖି ୨୬.୪% ମହଙ୍ଗା ହୋଇଛି ସୁନା । ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍କୁ ୯୮,୩୫୦ ଟଙ୍କା ରହିଛି । ଗତକାଲି ଏହା ୧,୦୧,୩୫୦ ଟଙ୍କା ଥିଲା । ଦିନକରେ ୩ ହଜାର ଟଙ୍କା ହ୍ରାସ ହୋଇଛି। ୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୦,୧୫୦ ଟଙ୍କା ରହିଛି । ଗତକାଲି ଏହା ୯୨,୯୦୦ ଥିଲା । ଏଥିରେ ୨,୭୦୦ ଟଙ୍କା ହ୍ରାସ ହୋଇଛି । ୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୩,୭୬୦ ଟଙ୍କା ରହିଛି । ଗତକାଲି ଏହା ୭୬,୦୧୦ ଟଙ୍କା ଥିଲା । ଏଥିରେ ୨,୨୫୦ ଟଙ୍କା ହ୍ରାସ ହୋଇଛି ।