ଟିମକୁ କମବ୍ୟାକ କରିଛନ୍ତି ଷ୍ଟାର ବୋଲର ଯଶପ୍ରିତ ବୁମରା

ମୁମ୍ବାଇ : ମୁମ୍ବାଇ ପାଇଁ ଖୁସି ଖବର । ଟିମକୁ କମବ୍ୟାକ କରିଛନ୍ତି ଷ୍ଟାର ବୋଲର ଯଶପ୍ରିତ ବୁମରା । ସେ ମୁମ୍ୱାଇ ସ୍କ୍ୱାର୍ଡରେ ସାମିଲ ହୋଇଛନ୍ତି । ମୁମ୍ୱାଇ ଇଣ୍ଡିଆନ୍ସ ଏହାର ସୂଚନା ଦେଇ ସୋସିଆଲମିଡିଆରେ ଭିଡିଓ ପୋଷ୍ଟ କରିଛି । ବୁମରାହଙ୍କୁ ବିସିସିଆଇର ମେଡିକାଲ ଟିମ୍ ମଞ୍ଜୁରୀ ଦେବା ପରେ ସେ ଟିମରେ ସାମିଲ ହୋଇଛନ୍ତି । ଆହତ କାରଣ ଯୋଗୁଁ ସେ ଆଇପିଏଲ ୪ଟି ମ୍ୟାଚ ଖେଳିପାରିନଥିଲେ ।

ସୂଚନା ଅନୁଯାୟୀ , ଯଶପ୍ରୀତ ବୁମରା ସିଡନୀରେ ଅନୁଷ୍ଠିତ ପଞ୍ଚମ ଟେଷ୍ଟରେ ଆହତ ହୋଇଥିଲେ । ବୋଲିଂ ବେଳେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ସ୍ୱଦେଶ ଫେରିବା ପରଠୁ ଏନ୍‌ସିଏରେ ସେ ଚିକିତ୍ସାଧୀନ ଥିଲେ । ଏନ୍‌ସିଏ ପକ୍ଷରୁ ଫିଟ୍‌ନେସ୍‌ ପ୍ରମାଣ ପତ୍ର  ପ୍ରଦାନ କରାଯିବା ପରେ ବୁମରା ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଯୋଗ ଦେଇଛନ୍ତି । ଆସନ୍ତାକାଲି (ସୋମବାର) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳିବ ମୁମ୍ବାଇ । ଏହି ମ୍ୟାଚରେ ଖେଳିପାରନ୍ତି ବୁମରା । ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଚଳିତ ସିଜିନରେ ୨ଟି ମ୍ୟାଚ ହାରିବା ପରେ ତୃତୀୟ ମ୍ୟାଚରେ କୋଲକାତା ବିପକ୍ଷରେ ଜିତିଥିଲା । ଚତୁର୍ଥ ମ୍ୟାଚରେ ଲକ୍ଷ୍ନୌ ବିପକ୍ଷରେ ପରାସ୍ତ ହୋଇଥିଲା ।