୨୫ ରନରେ ଚେନ୍ନାଇକୁ ମାତ୍ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ

ଚେନ୍ନାଇ: ଚାଲିଛି ଆଇପିଏଲ ୨୦୨୫ ମହାସମର ।  ଆଜି ସଂଧ୍ୟାରେ ଦିଲ୍ଲୀ କ୍ୟାପିଟାଲ୍ସର କୁ ଭେଟିଥିଲା ଚେନ୍ନାଇ ସୁପର କିଙ୍ଗସ । ଆଉ ଏହି ମ୍ୟାଚରେ   ୨୫ ରନରେ ଚେନ୍ନାଇକୁ ମାତ୍ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ ଦଳ । ଚଳିତ ସିଜିନରେ ଡିସି ର ଏହା ଲଗାତାର ତୃତୀୟ ଜିତ୍ ।

ପ୍ରଥମେ ବ୍ୟାଟିଂ କରି ସିଏସକେକୁ ୧୮୪ ରନ ର ଟାର୍ଗେଟ୍ ଦେଇଥିଲା ଦିଲ୍ଲୀ ଟିମ୍ । ଚିପକର ସ୍ଲୋ-ପିଚ୍‌ରେ ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ଶେଷ ପରାସ୍ତ ହୋଇଛି । ସିଏସକେର ଏହା କ୍ରମାଗତ ତୃତୀୟ ପରାଜୟ ।

ସୂଚନା ଅନୁଯାୟୀ , ଆଇପିଏଲ ମହାସମରରେ ଶନିବାର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ ମଧ୍ୟରେ ଖେଳାଯାଇଛି । ଚିଦାମ୍ବରମ୍ ଷ୍ଟାଡିୟମ ଚେନ୍ନାଇରେ ମୁହାଁମୁହିଁ ହୋଇଛନ୍ତି ଦୁଇ ଧୁରନ୍ଧର ଟିମ୍ । ଡିସି ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଜ୍ୟାକ୍ ଫ୍ରିଜର ଓ କେ.ଏଲ ରାହୁଲ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ । ମାତ୍ର ସିଏସକେର ଘାତକ ବୋଲିଂରେ ଦିଲ୍ଲୀକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ପ୍ରଥମ ଓଭରରେ ଜ୍ୟାକ୍ ଫ୍ରିଜର ଖଲିଲ୍ ଅହମ୍ମଦଙ୍କ ଶିକାର ହୋଇଥିଲେ ।

ଏହାପରେ ଅଭିଷେକ୍ ପୋରେଲ୍ ରାହୁଲଙ୍କ ମିଶି ଦଳକୁ ଆଗକୁ ନେଇଥିଲେ । ଦ୍ବିତୀୟ ଓଭରରୁ ଚେନ୍ନାଇ ବୋଲରଙ୍କ ଉପରେ ପ୍ରହାର ଆରମ୍ଭ କରିଥିଲେ ପୋରେଲ୍ । ସେ ୨୦ଟି ବଲ୍ ଖେଳି ୩୩ ରନ ସଂଗ୍ରହ କରିଥିଲେ । ଏହା ପରେ ରାହୁଲ ଦେଖାଇଥିଲେ କରିସ୍ମା । ସେ ଡିସି ପାଇଁ ଚମତ୍କାର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ସ୍ଲୋ ପିଚ୍‌ରେ ୭୭ ରନ୍‌ର ପାଳି ଖେଳି ସିଏସକେକୁ ବ୍ୟାକ୍ ଫୁଟକୁ ଠେଲି ଦେଇଥିଲେ । ସେହିପରି ଅଧିନାୟକ ଅକ୍ଷର ପଟେଲ୍, ସମୀର ରିଜଭୀ ଓ ଖ୍ରୀଷ୍ଟନ ଷ୍ଟବ୍ସ କ୍ରମାଗତ ଭାବେ ୨୧, ୨୦ ଓ ୨୪ ରନର ଇନିଂସ ଖେଳି ଦଳଗତ ସ୍କୋରକୁ ୧୮୩ରେ ପହଞ୍ଚାଇଥିଲେ ।