ବିଲ୍ କରାଇବା ପାଇଁ ମାଗୁଥିଲେ ଲକ୍ଷେ ଟଙ୍କା

ବ୍ୟୁରୋ-: ଲାଞ୍ଚୁଆ ଇଞ୍ଜିନିୟରଙ୍କୁ ବାନ୍ଧିଲା ଭିଜିଲାନ୍ସ । ଭୁବନେଶ୍ବର ରୁରାଲ ୱାର୍କସର ଆସିଷ୍ଟାଣ୍ଟ ଇଞ୍ଜିନିୟର ନରେଶ ଦାସ ଗିରଫ  । ୧ ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ଧରିଥିଲା ଭିଜିଲାନ୍ସ । ବିଲ୍ କରାଇବାକୁ କଣ୍ଟ୍ରାକ୍ଟରଙ୍କ ଠାରୁ ଲାଞ୍ଚ ନେଲାବେଳେ ଧରାପଡ଼ିଥିଲେ ଇଞ୍ଜିନିୟର ।

ସୂଚନା ଅନୁସାରେ, ପ୍ରାୟ ୭ ଲକ୍ଷ ମୂଲ୍ୟର ବଳକା ଥିବା ବିଲ୍ କରାଇବା ପାଇଁ ଭୁବନେଶ୍ୱରର ଜଣେ ଠିକାଦାରଙ୍କଠାରୁ ୧ ଲକ୍ଷ ଲାଞ୍ଚ ଦାବି କରିଥିଲେ ସହକାରୀ ଯନ୍ତ୍ରୀ ନରେଶ କୁମାର ଦାସ । ଏନେଇ ଭିଜିଲାନ୍ସ ବିଭାଗର ଦ୍ଵାରସ୍ଥ ହୋଇଥିଲେ ଉକ୍ତ ଠିକାଦାର ଜଣଙ୍କ । ଉକ୍ତ ଅଭିଯୋଗ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ଭିଜିଲାନ୍ସ ଅଧିକାରୀମାନେ ଜାଲ ବିଛାଇ ଥିଲେ ଏବଂ ଶ୍ରୀ ଦାସ ଲାଞ୍ଚ ଗ୍ରହଣ କରୁଥିବା ସମୟରେ ତାଙ୍କୁ ଗିରଫ କରିଥିଲେ । ଭିଜିଲାନ୍ସ ତାଙ୍କ ଠାରୁ ୧.୨୬ ଲକ୍ଷ ନଗଦ ଟଙ୍କା ଜବତ କରିଥିଲା । ପରେ, ଭିଜିଲାନ୍ସ ତାଙ୍କ ବାସଭବନ ଏବଂ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢାଉ କରିଥିଲା । ଅଭିଯୁକ୍ତ ଦାସଙ୍କ ବିରୁଦ୍ଧରେ ଭୁବନେଶ୍ୱର ଭିଜିଲାନ୍ସ  କେସ୍ ରଜୁକରି ତଦନ୍ତ ଜାରିରଖିଛି ।