ଆଜିଠାରୁ ରାଜ୍ୟରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା । ବର୍ଷା ସାଙ୍ଗକୁ ବିଜୁଳି ଏବଂ ଘଡଘଡି ମାରିବାର ସମ୍ଭାବନା ରହିଛି । ଦୁଇ ଦିନ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ୪୦ରୁ ୫୦ କିଲୋମିଟର ବେଗରେ ପବନ ହେବା ସହିତ ମୟୂରଭଞ୍ଜ , ଝାରସୁଗୁଡା , କେନ୍ଦୁଝର , ସମ୍ବଲପୁର , ସୋନପୁର , ଅନୁଗୁଳ, ବରଗଡ, ବଲାଙ୍ଗୀର, ନବରଙ୍ଗପୁର, କଳାହାଣ୍ଡି , କୋରାପୁଟ, ନୂଆପଡା ଏବଂ ବୌଦ୍ଧରେ ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି ।
ଆସନ୍ତାକାଲି ୯ ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି । କୋରାପୁଟ ରାୟଗଡା , ନବରଙ୍ଗପୁର, କଳାହାଣ୍ଡି , କନ୍ଧମାଳ ,ବୌଦ୍ଧ, ସୁନ୍ଦରଗଡ, ଝାରସୁଗୁଡା ଏବଂ ସମ୍ବଲପୁରରେ ଘଡଘଡି ସହିତ ବର୍ଷା ସହ ପବନ ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ୪ ତାରିଖରେ ଭଦ୍ରକ , ଅନୁଗୁଳ, ବାଲେଶ୍ୱର, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡା ଏବଂ କୋରାପୁଟରେ ମଧ୍ୟ ବର୍ଷା ସହିତ ଘଡଘଡି ବର୍ଷା ହେବାର କାର୍ଯ୍ୟକ୍ରମ ରହିଛି ।