ବିଭୂକଲ୍ୟାଣ ପ୍ରତିଭା ରେ ସମ୍ମାନିତ ହେଲେ ୨୦ ଚାଷୀ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ : ଶିମିଳିପାଳ ଵନାଞ୍ଚଳ ଧଳାବଣୀ ଠାରେ ବିରାଟ ଚାଷୀ ସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଛି। ସ୍ବେଚ୍ଛାସେବୀ ସଙ୍ଗଠନ ସମ୍ବନ୍ଧ ଦ୍ୱାରା ଆୟୋଜିତ ସେହି ସମ୍ମୀଳନୀରେ ମୟୂରଭଞ୍ଜ, ବାଲେଶ୍ବର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲା ର ଶତାଧିକ ଚାଷୀ ଭାଇ ଭଉଣୀ ମାନେ ଅଂଶ ଗ୍ରହଣ କରିଥିବା ଦେଖାଯାଇଥିଲା । ଚାଷୀ ସମ୍ମୀଳନୀ ର ନିମନ୍ତ୍ରିତ ସମ୍ମାନିତ ଅତିଥି ଗଣ ପ୍ରଥମେ ମହାସତୀ ତୁଳସୀ ଦେବୀ ଙ୍କ ବୃକ୍ଷ କୁ ପୂଜାର୍ଚ୍ଚନା କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଅବସରପ୍ରାପ୍ତ କୃଷି ବୈଜ୍ଞାନିକ ଡଃ ସୁବାଷ ସାହୁ ଙ୍କ ଅଧ୍ୟକ୍ଷତାରେ ସଭା ପରିଚାଳନା ହୋଇଥିବା ବେଳେ ସମ୍ବନ୍ଧ ର ପ୍ରୋଗ୍ରାମ ପରିଚାଳକ ଦୁଷ୍ମନ୍ତ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ । ଠାକୁରମୁଣ୍ଡା ର କେତେକ ସ୍ବେଚ୍ଛାସେବୀ  ଭଉଣୀ ଆଵହ ସଙ୍ଗୀତଗାନ କରିଥିଲେ । ସମ୍ଵନ୍ଧ ର ରାଜ୍ୟ ସମ୍ପାଦିକା ପୁଷ୍ପାଙ୍ଗିନୀ ମହାନ୍ତି ଚାଷୀ ସମ୍ମୀଳନୀ ର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରିଥିଲେ । କରଞ୍ଜିଆ ଜିଲ୍ଲା କୃଷି ଅଧିକାରୀ ଅଭିମନ୍ୟୁ ଅଣ୍ଡିଆ, ମୃତ୍ତିକା ସଂରକ୍ଷଣ ବିଭାଗ ସହକାରୀ ନିର୍ଦେଶକ ଅଭିଷେକ ଶତପଥି, ଯଶିପୁର କୃଷି ବିଜ୍ଞାନ କେନ୍ଦ୍ରର କାର୍ଯ୍ୟକ୍ରମ ସହାୟକ ସତ୍ୟ ନିରଞ୍ଜନ ମିଶ୍ର, ସମାଜସେବୀ ଓମକାର୍ ରାମ୍, ସାମ୍ବାଦିକ ଦିଲୀପ କୁମାର ସାହୁ, ବିରଞ୍ଚିନାରାୟଣ ସାହୁ ପ୍ରମୂଖ ଚାଷୀ ମାନଙ୍କ ପାଇଁ ଲାଭଦାୟକ ଚାଷ ପ୍ରଣାଳୀ ଏବଂ ଆର୍ଥିକ ବିକାଶଧାରା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ଵନ୍ଧ ର କେତେକ କର୍ମଚାରୀ ଓ କେତେକ ଚାଷୀ ଭାଇ ଭଉଣୀ ଚାଷ ସମ୍ପର୍କିତ ନିଜ ନିଜ ର ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରିଥିଲେ । ସଭା ଅତିଥି ଗଣ କୃଷି ସମ୍ବନ୍ଧୀୟ ଏକ ପୁସ୍ତକ ଅରଣ୍ୟାନୀ କୁ ଉନ୍ମୋଚିତ କରିଥିଲେ। ଚାଷୀ ସମ୍ମୀଳନୀ ରେ ଉକ୍ତ ୪ ଜିଲ୍ଲା ର ସଫଳ ଲକ୍ଷପତି ୨୦ ଜଣ ଚାଷୀ ଭାଇ ଭଉଣୀ ଙ୍କୁ ବିଭୂକଲ୍ୟାଣ ପ୍ରତିଭା ସମ୍ମାନରେ ଅତିଥିଗଣ ମାନପତ୍ର ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ସେହିପରି ଶୀତ ଋତୁ ରେ ଥଣ୍ଡା ରୁ ରକ୍ଷା ପାଇବାପାଇଁ ୫୦ ଜଣ ବୃଦ୍ଧ ବୃଦ୍ଧା ଙ୍କୁ  ସଭାସ୍ଥଳରେ କମ୍ବଳ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ସମ୍ଵନ୍ଧ ର ସମସ୍ତ କର୍ମଚାରୀ ସହଯୋଗ କରିଥିବା ବେଳେ ସମାବେଶ ଶେଷରେ ଦେବାଶିଷ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।