ରାଜ୍ୟରେ ସକ୍ରିୟ ହୋଇନି ମୌସୁମୀ , ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଗୁଳୁଗୁଳି ଜାରି

ଭୁବନେଶ୍ୱର: ଏଥର ସଅଳ ମୌସୁମୀ ଆସିଥିଲେ ମଧ୍ୟ ବର୍ଷାର ଦେଖାନାହିଁ । ଗରମ ଓ ଗୁଳୁଗୁଳିରେ ହନ୍ତସନ୍ତ ହେଉଛି ଜନଜୀବନ । ସେପଟେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରଚଣ୍ଡ ଗୁଳୁଗୁଳି ଜାରି ରହିବା ନେଇ ସୂଚନା ରହିଛି । ଗୁଳୁଗୁଳି ପାଇଁ ଆଜି ୭ ଜିଲ୍ଲା ବାଲେଶ୍ୱର ,ଭଦ୍ରକ , କେନ୍ଦ୍ରାପଡା ,କଟକ, ଜଗତସିଂହପୁର, ଖେର୍ଦ୍ଧା , ଗଜପତି ଏବଂ ଆସନ୍ତାକାଲି ପାଇଁ ୬ ଜିଲ୍ଲା ବାଲେଶ୍ୱର ,ଭଦ୍ରକ, କେନ୍ଦ୍ରାପଡା , କଟକ, ଜଗତସିଂହପୁର , ଖେର୍ଦ୍ଧା , ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ରହିଛି । ପରବତ୍ତିୀ ୩ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ।
ଆଗାମୀ ୨୪ ଘଣ୍ଟା ଯାଏ ରାଜ୍ୟରେ ପାଗ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଏହା ପରେ କିନ୍ତୂ କମିବ ତାତି । ୨୪ ଘଣ୍ଟା ପରେ ଦିନ ତାପମାତ୍ରା ୨ରୁ୪ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଭର ସଂଲଗ୍ନ ଉପକୂଳ ଆନ୍ଧ୍ର ପ୍ରଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ରହିଛି । କିନ୍ତୁ ଏହା ଘନୀଭୂତ ହେବା ନେଇ କୌଣସି ଲକ୍ଷଣ ନଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।