ନୂଆଦିଲ୍ଲୀ: ଧ୍ୟନମୁଦ୍ରାରେ ପ୍ରଧାନମନ୍ତ୍ରୀ । କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ଧ୍ୟାନମୁଦ୍ରାରେ ଅଛନ୍ତି ପ୍ରଧାନମନ୍ତ୍ରୀ । ୨୦୨୪ ଲୋକସଭା ନିର୍ବାଚନର ସପ୍ତମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଅଭିଯାନ ସରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଧ୍ୟାନ କରିବାକୁ କନ୍ୟାକୁମାରୀରେ ପହଞ୍ଚିଥିଲେ । ଭଗବତୀ ଅମ୍ମନ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଧ୍ୟନ ଆରମ୍ଭ କରି ଦେଇଛନ୍ତି । ତେବେ ସେ ଜୁନ ଜୁନ ୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଧ୍ୟାନମଗ୍ନ ରହିବେ । ତେବେ ପ୍ରଧାନମନ୍ତ୍ରୀ ଧ୍ୟାନରେ ବସିଥିବା ବେଳେ କୌଣସି ପର୍ଯ୍ୟଟକ ବିବେକାନନ୍ଦ ସ୍ମାରକୀ ଶିଳା ନିକଟକୁ ଯାଇପାରିରେ ନାହିଁ । ଖାଲି ସେତିକି ନୁହେଁ, ସମୁଦ୍ର ଉପକୂଳକୁ ମଧ୍ୟ ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ଏହା ସହ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୨ ହଜାର ପୋଲିସ କର୍ମୀଙ୍କ ସହିତ ଅନେକ ସୁରକ୍ଷା ଏଜେନ୍ସୀଙ୍କୁ ମୁତୟନ ହୋଇ ଛନ୍ତି । ତିରୁନେଲେଭେଲି ରେଞ୍ଜରେ ଡିଆରଜି ପ୍ରବେଣ କୁମାର ସୁରକ୍ଷା ବ୍ୟବସ୍ଥାର ନିରୀକ୍ଷଣ କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ କୋର ସୁରକ୍ଷା ଟିମ ଅନେକ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥଳକୁ ପହଞ୍ଚି ସାରିଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କ ଆଗମନ ପୂର୍ବରୁ ସୁରକ୍ଷା ସମେତ ଅନ୍ୟ ବ୍ୟବସ୍ଥାକୁ ମଜଭୁତ କରାଯାଇଥିଲା ।