ପ୍ରକାଶ ପାଇଲା CBSE ଦ୍ବାଦଶ ଶ୍ରେଣୀ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଦ୍ବାଦଶ ଶ୍ରେଣୀ ରେଜଲ୍ଟ । CBSE ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସିବିଏସଇ  ବୋର୍ଡ ଓ୍ବେବସାଇଟରେ ଉପଲବ୍ଧ ହୋଇଛି ରେଜଲ୍ଟ  । cbse.gov.in, cbse.nic.in ଏବଂ results.cbse.nic.in ଓ୍ବେବସାଇଟକୁ ଯାଇ ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ ଦେଖି ପାରିବେ । ଚଳିତ ବର୍ଷ ୮୭.୯୮ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଗତବର୍ଷ ତୁଳନାରେ ଚଳିତ ବର୍ଷ ୦. ୬୫ ପ୍ରତିଶତ ପିଲା ପାସ୍ ହୋଇଛନ୍ତି । ଏଥର ସିବିଏସଇ ବୋର୍ଡ ପରୀକ୍ଷାରେ ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ବାଜି ମାରି ନେଇଛନ୍ତି । ଛାତ୍ରୀଙ୍କ ପାସ୍ ହାର ୯୧.୫୨ ପ୍ରତିଶତ ରହଥିବା ବେଳେ ଛାତ୍ରଙ୍କ ପାସ୍ ହାର ୮୫.୧୨ ପ୍ରତିଶତ ରହିଛି । ବୋର୍ଡ ସୂଚନା ମୁତାବିକ, ଚଳିତ ବର୍ଷର ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ୧୬,୩୩, ୭୩୦ ଛାତ୍ରଛାତ୍ରୀ ପଞ୍ଜୀକୃତ କରିଥିବା ବେଳେ ୧୬,୨୧, ୨୨୪ ପରୀକ୍ଷା ଦେଇଥିଲେ । ସୋମାନଙ୍କ ମଧ୍ୟରୁ ୧୪, ୨୬, ୪୨୦ ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।