କେନ୍ଦ୍ରାପଡ଼ା/ ମହେଶ ପାଢ଼ୀ: କଂଗ୍ରେସ ଉପରେ ଆସ୍ଥା,ବିଶ୍ବାସ ଓ ଭରସା ରଖି ଆଜି କେନ୍ଦ୍ରାପଡ଼ା ବିଧାନସଭା ମଣ୍ଡଳୀର ବିଧାୟିକା ପ୍ରାର୍ଥୀ ଡ. ସିପ୍ରା ମଲ୍ଲିକଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ୍ବ କର୍ମୀ କଂଗ୍ରେସର ମହାମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି । ବଉଳ ବିହାରରେ ଆୟୋଜିତ ଏହି ମିଶ୍ରଣ ପର୍ବରେ କଂଗ୍ରେସର ୨୪ ଗ୍ୟାରେଣ୍ଟି ଓ ୫ନ୍ୟାୟକୁ ଆସ୍ଥା କରି ନିକିରାଇ ଓ ଇନ୍ଦୁପୁରର ଧୁମାତ ଅଞ୍ଚଳରୁ ବହୁ ସଂଖ୍ୟକ କର୍ମୀ ସାମିଲ ହୋଇଥିଲେ ।ଡ.ସିପ୍ରା ମଲ୍ଲିକ ଦୀର୍ଘ ଦିନ ଧରି ବିଜେଡିରେ ସାମିଲ ରହିଥିବା ବେଳେ ରାହୁଲ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କଂଗ୍ରେସର କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ସାରଥୀ ସାଜିଛନ୍ତି ।ପୂର୍ବତନ ମନ୍ତ୍ରୀ ଗଣେଶ୍ଵର ବେହେରା ଦଳ ଛାଡ଼ିବା ପରେ କେନ୍ଦ୍ରାପଡ଼ା କଂଗ୍ରେସ ଦୁର୍ବଳ ହୋଇପଡ଼ିଥିବା ଚର୍ଚ୍ଚା ଜୋର ଧରିଥିବା ବେଳେ ଡ.ସିପ୍ରା ମଲ୍ଲିକ ସେହି ଶୂନ୍ୟ ସ୍ଥାନ ପୁରଣ କରି ଲୋକ ମାନଙ୍କ ଆସ୍ଥା ଓ ବିଶ୍ଵାସକୁ ପୁନର୍ଜୀବିତ କରିଛନ୍ତି ବୋଲି କଂଗ୍ରେସ ଦଳର କର୍ମୀ ମାନେ ଅନୁଭବ କରିଥିବା କହିଛନ୍ତି ।ଆଗାମୀ ଦିନରେ ହଜାର ହଜାର ସଂଖ୍ୟକ ଜନସାଧାରଣ କଂଗ୍ରେସରେ ଯୋଗ ଦାନ କରିବେ ବୋଲି ଡ.ସିପ୍ରା ମଲ୍ଲିକ କହିଛନ୍ତି । ଏଥର କେନ୍ଦ୍ରାପଡ଼ାରେ କଂଗ୍ରେସକୁ ସମର୍ଥନ ଦେଇ ଜନସାଧାରଣ ପରିବର୍ତ୍ତନ ଆଣିବେ ବୋଲି ସେ ବିଶ୍ବାସ ରଖିଥିବା କଥା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।