ଆଜି ସରୁଛି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ରିମାଣ୍ଡ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ସରୁଛି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ରିମାଣ୍ଡ ଅବଧି ।ଗିରଫ ପରେ ତାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଥିଲା ଇଡି । କିନ୍ତୁ  ରିମାଣ୍ଡ ଅବଧି ବଢାଇବାକୁ କୋର୍ଟରେ ଇଡି ପୁଣିଥରେ ଆବେଦନ କରିପାରେବୋଲି କୁହାଯାଉଛି । ଆଜି ଦିନ ୨ଟା ବେଳେ ତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯିବ । କେଜ୍ରିୱାଲଙ୍କୁ ରିମାଣ୍ଡରେ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରୁଛି। ଏପଟେ ଦିଲ୍ଲୀ ହାଇକୋର୍ଟରୁ ମଧ୍ୟ କେଜ୍ରିୱାଲଙ୍କୁ ଆଶ୍ବସ୍ତି ମିଳିନାହିଁ। ଇଡି ଦ୍ବାରା ଗିରଫଦାରୀ ଏବଂ ରିମାଣ୍ଡ ଚ୍ୟାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ କେଜ୍ରିୱାଲ। ତାଙ୍କୁ ତତ୍କାଳ ମୁକ୍ତି ଦେବାକୁ କେଜ୍ରିୱାଲ ଆବେଦନ କରିଥିଲେ । ତେବେ ହାଇକୋର୍ଟ ଏଥିପାଇଁ ମନା କରିଦେବା ସହ ଇଡିକୁ ନିଜ ପକ୍ଷ ରଖିବାକୁ ଇଡିକୁ ଏପ୍ରିଲ ୩ ଯାଏଁ ସମୟ ଦେଇଛନ୍ତି। ଏପ୍ରିଲ ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି।ଆଜି ରିମାଣ୍ଡ ଅବଧି ସରୁଥିବାରୁ କେଜ୍ରିୱାଲ ସେପର୍ଯ୍ୟନ୍ତ ଜେଲରେ ରହିପାରନ୍ତି। ନଚେତ୍ ଇଡି ପୁନର୍ବାର ରିମାଣ୍ଡରେ ନେବାକୁ ଆବେଦନ କରିପାରେବୋଲି କୁହାଯାଉଛି। ଅବକାରୀ ନୀତି ଦୁର୍ନୀତି ଘଟଣାରେ ଅର୍ଥ ହେରଫେର ଅଭିଯୋଗରେ ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିବା ପରେ ୨୮ ଯାଏ ରିମାଣ୍ଡରେ ନେଇଛି ଇଡି ।