ଶ୍ରୀରାମ ଚରିତ ଲୀଳା ମହୋତ୍ସବ ଅନୁଷ୍ଠିତ

ବସ୍ତା / ଅଜିତ ସାହୁ: ବସ୍ତା ବ୍ଲକ ପାଉଁଶକୁଲି ପଞ୍ଚାୟତ ବେଗୁନିଆ ଗ୍ରାମରେ  ଶ୍ରୀରାମ ଚରିତ  ଲୀଳା ମହୋତ୍ସବ ଅନୁଷ୍ଠିତ ହେଉଛି। ଏଥିରେ କୁମ୍ଭକର୍ଣ୍ଣ ବଦ୍ଧ, ହନୁମାନଙ୍କ ସୀତା ଠାବ, ସେତୁବନ୍ଧ ନିର୍ମାଣ, ରାମଙ୍କ ଗଙ୍ଗାନଦୀ ଉଦ୍ଧାର, ରାବଣ ଦ୍ଵାରା ସୀତା ହରଣ, ଲଙ୍କାରେ ହନୁମାନ,ଶ୍ରୀକ୍ଷେତ୍ର ରେ ଚୈତନ୍ୟ, ସନ୍ୟାସୀ ବେଶରେ ରାବଣ, ଶ୍ରବଣ କୁମାର, ମାୟା ମୃଗ, ତାଡ଼କା, ମାରିଚ  ବଦ୍ଧ ଆଦି ସ୍ଥାନିତ ପାଇଛି। ଯାହାକୁ ଦେଖିବା ପାଇଁ  ଭକ୍ତ, ଶ୍ରଦ୍ଧାଳୁ ଙ୍କ ବେସ ଭିଡ ଜମୁଥିବା ବେଳେ ଗାଁ ରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହେଉଛି। ଏହି କାର୍ଯ୍ୟକ୍ରମ ପାଞ୍ଚ ଦିନ ହେବାକୁ ଥିବାବେଳେ ଚତୁର୍ଥ ସନ୍ଧ୍ୟାରେ  ପାଉଁଶକୁଲି  ସରପଞ୍ଚ ବିନ୍ଦୁବାଳା ସେନାପତି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ଶିକ୍ଷାବିତ୍ ଇନ୍ଦୁମାଧବ୍ ମହାନ୍ତି ଙ୍କ ସଭାପତିତ୍ବରେ ମୁଖ୍ଯ ଅତିଥି ଭାବେ ପ୍ରାକ୍ତନ ଶିକ୍ଷକ ତଥା  କବି ବିଜୟ କୁମାର ନନ୍ଦ, ମୁଖ୍ଯ ବକ୍ତା ଭାବେ  ଯୁବନେତା ଦିବ୍ଯକାମ ମହାନ୍ତି, ବିଶିଷ୍ଟ  ଅତିଥି ଭାବେ   ଶିକ୍ଷାବିତ ରମେଶ ଚନ୍ଦ୍ର ନାୟକ ଓ ସମ୍ମାନିତ ଅତିଥି ଭାବେ  ପ୍ରଶାନ୍ତ କୁମାର ମହାନ୍ତି, ଅବସରପ୍ରାପ୍ତ  ଜିଲ୍ଲା ଅତିରିକ୍ତ ଶିକ୍ଷା ନିରକ୍ଷକ ନରହରି ସାହୁ, ସମାଜସେବୀ ଶିଶିର ସେନାପତି, ରବିନ୍ଦ୍ର ନାଥ ମହାନ୍ତି ପ୍ରମୁଖ ଯୋଗ ଦେଇ ରାମଙ୍କ ଜୀବନୀ , ନୀତି,  ଆଦର୍ଶ, ଦୟା, କ୍ଷମା, ସହିତ ତାଙ୍କ ର  ବିରତ୍ଵ ଉପରେ ଆଲୋକ ପାତ କରିବା ସହିତ ଅନୁକରଣ କରିପାରିଲେ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ ହୋଇ ହୋଇ ପାରିବ, ଯାହାକି ରାମ ରାଜ୍ୟ ଗଠନ ରେ ସହାୟକ ହେବ ମଞ୍ଚାସିନ ଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ  ସାମ୍ବାଦିକ ଅଜିତ କୁମାର ସାହୁ, ଜଗତ କୁମାର  ଗିରି, ବସନ୍ତ  କୁମାର ଭଦ୍ର, ଶିଳ୍ପୀ ବନବିହାରୀ ଦାସ, ଅନୁଷ୍ଠାନ ପ୍ରେମୀ ମାନସ ଜେନା ଙ୍କୁ ପୁଷ୍ପ ଗୋଛ , ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲ। ଖିତିଶ ଚନ୍ଦ୍ର ପଣ୍ଡା ଅତିଥି ପରିଚୟ ମଞ୍ଚ ଆହ୍ଵାନ, କୁନି ପଣ୍ଡିତ ଜୀବନ କୃଷ୍ଣ ପଣ୍ଡା ବେଦ ପାଠ, ଗ୍ରାମ ବାସୀ, କମିଟିର ସମସ୍ତ ସଦସ୍ୟ ପ୍ରତ୍ୟକ୍ଷ ପରିଚାଳନାରେ ସହଯୋଗ କରିଥିବା ବେଳେ,  ରାମଚନ୍ଦ୍ର ବେଶ୍ରା ଧନ୍ୟବାଦ୍ ଅର୍ପଣ କରିଥିଲେ।