ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା ଥାନା କୁଡିଆ ସ୍ଥିତ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ମଦ ଗୋଦାମ ଉପରେ ଅବକାରୀ ବିଭାଗ ର ଚଢ଼ାଉ। ଲଖ୍ଯାଧିକ ଟଙ୍କ ଓ ମୂଲ୍ୟବାନ ଗାଡ଼ି ସହିତ ୧୪ ଜଣ ଅଟକରଖିଛି ଅବକାରୀ ବିଭାଗ। ସୂଚନା ଅନୁଯାୟୀ, ଗତ କାଲି ବିଲମ୍ବିତ ରାତିରେ ଅବକାରୀ କମିଶନର ନରସିଂହ ଭୋଳ ଙ୍କ ନିର୍ଦେଶ କ୍ରମେ ଡେପୁଟି ସୁପରିଟେଣ୍ଡେଣ୍ଟ -ସି ଏଚ ତିରୁପତି, ମୋବାଇଲ ସ୍କ୍ୱାର୍ଡ ଆଇଆଇସି ସୁଜିତ ବାଲା, ଇନିଷ୍ଟପେକ୍ଟର ଦିପ୍ତିମୟୀ ସାହୁ,ହରିହର ସିଂ, ରଞ୍ଜନ କୁମାର ଦାସ, ବସ୍ତା ଥାନା ଆଇଆଇସି ଗୋବିନ୍ଦ ଚରଣ ବେହେରା ମାଜିଷ୍ଟ୍ରେଟ ତଥା ଡେପୁଟି କଲେକ୍ଟର ପ୍ରକାଶ ମିଶ୍ରଙ୍କ ଉପସ୍ଥିତ ରେ ଗତକାଲି ରାତ୍ରି ସମୟରେ ବସୁନ୍ଧରା ଢ଼ାବା ରେ ଚଢାଉ ହୋଇଥିଲା। ଘଟଣା ସ୍ଥଳରୁ କିଛି ମଦ ପେଟି, ଆଠ ଟି ବାଇକ, ନଗଦ ଟଙ୍କା ସହିତ ୧୪ ଜଣ ଲୋକଙ୍କୁ ଅଟକ ରଖିଥିବା ବେଳେ , ଆଜି ଦିନ ଏଗାରଟା ସମୟରେ ଅବକାରୀ ବିଭାଗ ଓ ବସ୍ତା ପୋଲିସ ମିଳିତ ଭାବେ ଶ୍ରୀ ମହାପାତ୍ରଙ୍କ ଘରେ ଚଢ଼ାଉ କରିଥିଲେ ମାତ୍ର ସେମିତି କିଛି ପାଇନଥିଲେ। ତେବେ ଢ଼ାବାରେ ଚଢ଼ାଉ ବେଳେ ଅଟକ ଥିବା ୧୪ ଜଣ ବ୍ୟକ୍ତି ଙ୍କ ମଧ୍ୟରେ କିଛି ସାଧାରଣ ଲୋକ ରହିଛନ୍ତି, ଯେଉଁ ମାନେ କି ଢ଼ାବା କୁ ଖାଇ ବାକୁ ଆସିଥିଲେ। ତେବେ ସେମାନଙ୍କୁ ପ୍ରାଥମିକ ତଦନ୍ତ ପରେ ଛାଡ଼ି ଦିଆଯିବ ବୋଲି କହିଛନ୍ତି ଡେପୁଟି ସୁପରିଟେଣ୍ଡେଣ୍ଟ।