ପଖାଳ ଦିବସ ପାଳିଲେ ଏମ ଭି ୭୯ର ଯୁବଗୋଷ୍ଠୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ ଭି ୭୯ ଠାରେ କିଛି ଯୁବଗୋଷ୍ଠୀ ମିଶି ପାଳିଛନ୍ତି ପଖାଳ ଦିବସ। ମାଲକାନଗିରି ଜିଲ୍ଲା ରେ ବହୁ ଭାଷା ଭାଷୀ ଲୋକ ବାସ କରୁଥିଲେ ମଧ୍ୟ ଆଜି ସମସ୍ତେ ଏକତ୍ରୀତ ହୋଇ ଓଡିଶା ର ଏହି ଓଡ଼ିଆ ମାନଙ୍କ ପଖାଳ ଦିବସ ଟିକୁ ବୋଶ ଯାକ ଯକମରେ ପାଳନ କରିଥିବା ଦେଖିବାକୁ ମିଳିଛି। ପଖାଳ ହେଉଛି ଓଡ଼ିଆଙ୍କ ସବୁଦିନିଆ ଖାଦ୍ୟ ହୋଇଥିଲେ ବି ଖରାଦିନ ଆସିଲେ ବେଶି ମନେ ପଡ଼େ। ମଧ୍ୟାହ୍ନ ଭୋଜନରେ ଧନୀଠାରୁ ଗରିବ, ସମସ୍ତେ ଖୋଜନ୍ତି ପଖାଳ କଂସା। ଅତ୍ୟାଧୁନିକ ଜୀବନଶୈଳୀରେ ଅନେକ ପରମ୍ପରା ବଳି ପଡ଼ିଥିଲେ ବି ପଖାଳ ତା’ର ମହକ ହରାଇ ନାହିଁ। ଓଡ଼ିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱବ୍ୟାପୀ ପଖାଳ ଦିବସ ଭାବେ ପାଳିତ କରୁଛନ୍ତି। ପ୍ରଥମେ ୨୦୧୧ ମସିହା ମାର୍ଚ୍ଚ ୨୦ ତାରିଖକୁ ‘ପାଖଳ ଦିବସ’ ଭାବେ ପାଳନ କରାଯାଇଥିଲା। ସେଥିପାଇଁ ଗତ ବର୍ଷ ଭଲି ଏହି ବର୍ଷ ଗଙ୍ଖ-୭୯ ର୍ ଯୁବ ଗୋଷ୍ଠୀ ପାଲିଛନ୍ତି ପଖାଳ ଦିବସ କ୍ଷ ଯୁବ ଗୋଷ୍ଠୀ ଙ୍କ କହିବା ଅନୁସାରେ ପ୍ରତି ବର୍ଷ ଏବି ପଖାଳ ଦିବସ ପାଳିବେ ବୋଲି କହି ଛନ୍ତି ।କିଛି ଲୋକେ ପଖାଳକୁ ପାସୋରି ଯାଉଥିବା ବେଳେ ମାଲକାନଗିରି ଜିଲ୍ଲା ରେ ଅସହ୍ୟ ଖରା ଓ ଅଂଶୁଘାତ ଜନିତ ସମସ୍ୟାରୁ ନିଜକୁ ସୁରକ୍ଷିତ କରିବା ପାଇଁ ସମସ୍ତେ ପୁଣି ପଖାଳ ମୁହାଁ କରିଛି। ଆଜିର ଏହି ପଖାଳ ଦିବସ ରେ କିଛି ବରିଷ୍ଠ ସାମ୍ବାଦିକ ସହ ଏମ ଭି ୭୯ର ଯୁବଗୋଷ୍ଠୀ ଉପସ୍ଥିତ ରହି ଏହି ପଖାଳ ଦିବସ ଟିକୁ ଖୁବ ଆନନ୍ଦରେ ପାଳିଛନ୍ତି । ଏହାକୁ ଆୟଜକ କରିଛନ୍ତି ଆଷିଶ କୁମାର ବାଇନ ଓ ସଂଜୀବ ହାଲଦାର, ମାନସ ରଞ୍ଜନ ଜେନା ସହ୍ ଆମିତ କୁମାର ମଣ୍ଡଲ, ପ୍ରଭାତ ସାହା,ସୂରଜ ମଣ୍ଡଲ, ବିକି ବାରିକ, ଚିରଞ୍ଜିତ ବାଳା, ରାକେଶ ମଣ୍ଡଲ ଆଲୋକ, ପ୍ରଭାତ ସାହା ।