ପାରାଦୀପ/ପ୍ରଶାନ୍ତ କୁମାର ସ୍ଵାଇଁ: ଆଗକୁ ନିର୍ବାଚନ ଆସୁଛି | ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ମଧ୍ଯ ସରିଛି | ଚଳିତ ସାଧାରଣ ନିର୍ବାଚନ କୁ ଅବାଧ ଓ ନିରପେକ୍ଷ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି ଆରମ୍ଭ ହୋଇଛି | ଏହି ପରିପେକ୍ଷୀରେ ଆଜି ପାରାଦୀପ ପୋଲିସ ପକ୍ଷ୍ୟରୁ ଫ୍ଳାଗମାର୍ଚ କରାଯାଇଛି | ସ୍ଥନୀୟ ଅଭୟଚାନ୍ଦପୁର ଥାନା ପାଖରୁ ଏକ ବିରାଟ ପୋଲିସ ପଟୁଆର ବାହାରି ମାହାଳ , ତ୍ରିଲୋଚନପୁର , ଢିଙ୍କିଆ , ନୂଆଗାଁ , ଷଣ୍ଢକୁଦ ଦେଇ ପାରାଦୀପ ସମୁଦ୍ରକୁଳ ସମେତ ବଡପଡିଆ ବଜାର ହୋଇ ପାରାଦୀପ ଆଦର୍ଶଥାନା ପାଖରେ ଶେଷ ହୋଇଛି | ଏହି ଫ୍ଳାଗମାର୍ଚ ରେ ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ ସମେତ ପାରାଦୀପର ଡି ଏସ୍ ପି ସନ୍ତୋଷ କୁମାର ଜେନା , ଥାନା ଅଧିକାରୀ ସୁଚିତ୍ରବୀର୍ଯ୍ୟ ଦାସ , ସୁଜାତା ବେହେରା , ବବିତା ଦେହୁରୀ , ବ୍ରଜକିଶୋର ବେହେରା , କୁଳମଣି ସେଠି ସମେତ ସମସ୍ତ ଏସଆଇ ଓ ଏଏସଆଇ ପ୍ରମୂଖ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା |