ଘଷିପୁରା : ଆନନ୍ଦପୁର ବ୍ରିଜ୍ ଛକ ଶିଶୁପାର୍କ ନିକଟରେ ଭାରସାମ୍ଯ ହରାଇ ୩୦ ଫୁଟ୍ ତଳକୁ ଖିସିଲା କାର୍ | ଦୁର୍ଘଟଣାରେ ୨ଜଣ ଗୁରୁତର ଆହତ ହୋଇଥିବାବେଳେ ଅନ୍ଯ ତିନିଜଣ ସାମାନ୍ଯ ଆହତ ହୋଇଛନ୍ତି | ସମସ୍ଥ ଆହତ ସ୍ଥାମିୟ ପଦ୍ମପୁର ଗାଁ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରୁ ଏକ ବାହାଘରରେ ବରଯାତ୍ରୀ ଯାଇ ସେଠାରୁ ଫେରି ଶାଳପଡା ଯାଉଥିବା ସମୟରେ ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଥିଲା | ସ୍ଥାନିୟ ଲୋକେ ୧୦୮ ସହାୟତାରେ ସମସ୍ଥ ଆହତଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି | ତେବେ ଗୁରୁତର ୨ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି |