ବରୀ /ପ୍ରଶାନ୍ତ ଦ୍ବିବେଦୀ : ଯାଜପୁର ସଦର ଥାନା ଜମଧର ଗାଁରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ସୁରେନ୍ଦ୍ର ବେହେରାଙ୍କ ଆକ୍ରମଣରେ ଜଣେ ମୃତ । ମୃତକ ହେଲେ କାଳନ୍ଦୀ ମଲିକ । ବର୍ତ୍ତମାନ ସୁରେନ୍ଦ୍ର ବେହେରାକୁ ଅଟକ ରଖିଛି ସଦର ପୋଲିସ ।
ସୂଚନା ଅନୁଯାୟୀ , ଗତ କାଲିଠାରୁ ସୁରେନ୍ଦ୍ର ଲକ କଟୁରୀ ଧରି ବୁଲିଥିବା ବେଳେ ଆଜି ସକାଳେ କାଳନ୍ଦୀ ସ୍ଥାନୀୟ ସରପଞ୍ଚଙ୍କୁ ଦେଖା କରିଥିଲେ । ଏହାପରେ ନିଜ ଘର ସ୍ୱପ୍ନେଶ୍ୱରପୁରୁକୁ ଫେରୁଥିବା ବେଳେ ଜମଧର ଗାଁରେ ହଠାତ ସୁରେନ୍ଦ୍ର କଟୁରୀ ଧରି କାଳନ୍ଦୀ ଉପରେ ଆକ୍ରମଣ କରିଥିଲେ । ସେହି ଠାରେ କୁଟୁରୀରେ ଚୋଟରେ କାଳନ୍ଦୀଙ୍କର ମୃତ୍ୟୁ ହୋଇଯାଇଥିଲା । ଏହା ଦେଖି ସ୍ଥାନିୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ଏହାପରେ ସୁରେନ୍ଦ୍ରକୁ କାବୁ କରିବା ସହ କଟୁରୀ ଟିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ସଦର ଥାନା ପୋଲିସ ।