କେନାଲରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର

ବୋରିଗୁମା: କେନାଲରୁ ଉଦ୍ଧାର ହେଲା ବୃଦ୍ଧାଙ୍କ ମୃତ ଦେହ । ବିସିଙ୍ଗପୁର ଥାନା ଅନ୍ତର ଗତ କିରାମଗୁଡା କେନାଲରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଜଣଙ୍କ ଡଙ୍ଗରକରଚି ଗ୍ରାମର ବୃନ୍ଦା ପରଜା ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଆଜି ସକଳେ ସମୟରେ କେନାଲ ବାଟ ଦେଇ ଗ୍ରାମବାସୀ ମାନେ ଯାଉଥିôବା ବେଳେ ମୃତ ଦେହ ଭାସୁଥିବାର ଦେଖିଥିଲେ । ତୁରନ୍ତ ସ୍ଥାନିୟ ପୋଲିସକୁ ଖବର ଦେଇଥିଲେ ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି ।