ବିସ୍ଫୋରଣରେ ଶ୍ରମିକ ମୃତ

ଶୁଭମ ଇସ୍ପାତ ରେ ଗ୍ୟାସ୍ ଲିକ୍

ଆଜି ଭୋର ସାଢେ ଚାରିଟାରେ ରାଉରକେଲା ଆଇଡିସି କଳୁଙ୍ଗା ଶିଳ୍ପାଞ୍ଚଳରେ ଘଟିଛି ଏକ ବଡ ଧରଣର ବିସ୍ଫୋରଣ । ଶୁଭମ୍ ଇସ୍ପାତ କାରଖାନାରେ କାର୍ଯ୍ୟ କରୁଥିବା ସମୟରେ ଗ୍ୟସ୍ ପାଇପ୍ ଲିକ୍ କାରଣରୁ ଏଭଳି ଘଟିଥିବା ନେଇ ସୂଚନା ମିଳିଛି ।ଏଥିରେ ୧୦୦ରୁ ଅଧିକ ଶ୍ରମିକ କାମ କରୁଥିବା ବେଳେ, ଯାଜପୁର ଜିଲ୍ଲାର ଚିନ୍ମୟ ବେହେରା ମୃତ୍ୟୁ ବରଣ କରିଛନ୍ତି ଓ ୨ଜଣ ଗୁରୁତ୍ତର ଭାବରେ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।ବ୍ରାହ୍ମଣୀ ତରଙ୍ଗ ପୋଲିସ୍ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଛି ।ଗ୍ୟାସ୍ ଲିକ୍ ଘଟଣା ସମ୍ପର୍କରେ କମ୍ପାନୀ କତୃପକ୍ଷ ଜାଣିପାରିଲେ ନାହିଁ କେମିିତି ବୋଲି ପ୍ରଶ୍ନ ଉଠିଛି ?