ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ପ୍ଲାନ : କ୍ଲାଉଡ ସିଡିଂ ଜରିଆରେ ହେବ କୃତ୍ରମ ବର୍ଷା

ନୂଆଦିଲ୍ଲୀ : ଦିଲ୍ଲୀ ପ୍ରଦୂଷଣ ଏବେ ସରକାରଙ୍କ ଚିନ୍ତାର ବିଷୟ ପାଲଟିଛି । ପ୍ରଦୂଷଣ ରୋକିବାକୁ କୃତ୍ରମ ବର୍ଷା କରିବାକୁ ଯୋଜନା କରୁଛନ୍ତି କେଜ୍ରିୱାଲ ସରକାର । ଏଥି ପାଇଁ ଆଇଆଇଟି କାନପୁର ସହ ଆଲେଚନା ଜାରି ରହିଛି । ଦୀପାବଳି ପରେ ୨୦ କିମ୍ବା ୨୧ତାରିଖରେ କୃତ୍ରିମ ବର୍ଷା କରିବାକୁ ଯୋଜନା କରୁଛନ୍ତି ଦିଲ୍ଲୀ ସରକାର । ଏନେଇ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପଳ ରାୟ , ଅର୍ଥମନ୍ତ୍ରୀ ଅତିଶୀ ଓ ଆଇଆଇଟି କାନପୁରର ଏକ ଟିମ ମଧ୍ୟରେ ବୈଠକ ବସିଛି । ଆଲେଚନା ସମୟରେ ବାୟୁ ଗୁଣବତ୍ତାରେ ତୁରନ୍ତ ସୁଧାର ଆଣିବ ପାଇଁ କୃତ୍ରିମ ବର୍ଷାର ପ୍ରସ୍ତାବ ଦେଇଛନ୍ତି ଆଇଆଇଟି ଟିମ ।

କୃତ୍ରିମ ବର୍ଷାକୁ ନେଇ ଆବଶ୍ୟକୀୟ ପରିବେଶ ସୃଷ୍ଟି କରିବା ପାଇଁ ଆଇଆଇଟି କାନପୁର ଦୀର୍ଘ ୫ବର୍ଷ ହେଲା ଗବେଷଣା ଜାରି ରଖିଛି ଗତ ଜୁଲାଇ ମାସରେ ଏହାର ସଫଳ ପରୀକ୍ଷଣ ମଧ୍ୟ କରାଯାଇଛି ଏବେ ଦିଲ୍ଲୀ ପ୍ରଦୂଷଣର ମୁକାବିଲା ପାଇଁ ଆଇଆଇଟି କାନପୁର ବାଟ ବାହାର କରିଛି କୃତ୍ରିମ ବର୍ଷା କରାଗଲେ ପ୍ରାୟ ଥରକ ପାଇଁ ବାୟୁ ପ୍ରଦୂଷଣରୁ ମୁକ୍ତି ମିଳିବ କ୍ଲାଉଡ ସିଡିଂ ଜରିଆରେ ଏହି କୃତ୍ରିମ ବର୍ଷା କରିବାକୁ ଯୋଜନା କରାଯାଉଛି ଯଦି ନଭେମ୍ବର ୨୦୨୧ ତାରିଖ ଦିଲ୍ଲୀ ଆକାଶରେ ମେଘ ଥାଏ ଏବଂ କୃତ୍ରିମ ବର୍ଷା ଅନୁମୋଦନକୁ ମଞ୍ଜୁରୀ ମିଳିଯାଏ ତେବେ ବର୍ଷା କରାଯିବ ଆଉ ଏହା ହେବ ଦେଶରେ ପ୍ରଥମ ବୈଜ୍ଞାନିକ ପଦ୍ଧତି ଅନୁସାରେ କୃତ୍ରିମ ବର୍ଷା