କଣ୍ଟାପଡା/ଗୁରୁ ମହାପାତ୍ର : କଟକ ସଦର ଥାନା ଅନ୍ତର୍ଗତ କୁରାଙ୍ଗ ପ୍ରଧାନ ଗ୍ରାମ ପଞ୍ଚାୟତ କୋଠା ପାଟଣା ଗ୍ରାମରେ ଦୀର୍ଘ ୨୭ବର୍ଷ ଧରି ମା ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇ ଆସୁଛି। ଅଞ୍ଚଳରେ ବିଭିନ୍ନ ପୂଜା ଅନୁଷ୍ଠାନ ରେ ସମ୍ବର୍ଦ୍ଧନା ଉତ୍ସବ ପାଳନ କରୁଥିବା ବେଳେ ଚଳିତ ବର୍ଷ ଏହି ପୂଜା କମିଟି ମଞ୍ଚ ଉପରେ ଗ୍ରାମର ବରିଷ୍ଠ ନାଗରିକମାନଙ୍କୁ ନେଇ ଏକ ନିଆରା ପୂଜ୍ୟପୂଜା ସମ୍ବର୍ଦ୍ଧନା ଉତ୍ସବର କାର୍ଯ୍ୟକ୍ରମ ଆୟୋଜନ କରିଥିଲା ଯାହା ଏ ଅଞ୍ଚଳ ପାଇଁ ପ୍ରଥମ । ଏହି ବରିଷ୍ଠ ନାଗରିକଙ୍କୁ ପୂଜ୍ୟ ପୂଜା ସମ୍ବର୍ଦ୍ଧନା ପାଇଁ ବିଭିନ୍ନ ମହଲରୁ ପୂଜା କମିଟିକୁ ପ୍ରସଂଶା ର ସୁଅ ଛୁଟିଛି । ପୂଜା କମିଟି ଦ୍ୱାରା ଦିର୍ଘ ୭ ଦିନ ଧରି ପ୍ରତେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ ଗତ କାଲି ପୂଜା କମିଟିର ସମସ୍ତ କର୍ମକର୍ତ୍ତାମାନଙ୍କ ଉପସ୍ଥିତରେ ଶାନ୍ତି ଶୃଙ୍ଖଳାର ସହିତ ଭଷାଣି ଉତ୍ସବ ସମ୍ପର୍ଣ୍ଣ କରାଯାଇଥିଲା ।