ନୟାଗଡ଼/ମାନସ ରଂଜନ ସାହୁ:- ନୟାଗଡ଼ ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ୬୪ ତମ ଶହୀଦ ଦିବସ ପାଳିତ ହୋଇଯାଇଛି। ନୟାଗଡ଼ ପିଟିଏସ ଗ୍ରାଉଣ୍ଡରେ ଆରକ୍ଷୀ ଅଧି।କ୍ଷକ ରାହୁଲ ଜୈନ ୬୪ ତମ ଶହିଦ ଦିବସରେ ଯୋଗ ଦେଇ ସ୍ମୃତି ଚାରଣ କରିଛନ୍ତି। ଆରକ୍ଷୀ ଅଧି୍କ୍ଷକ ଜିଲ୍ଲା ପାଇଁ ଶହୀଦ ହୋଇଥିହବା ବୀର ଯବାନ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାସହ ଶହୀଦ ବୀର ଯବାନଙ୍କ ପରିବାର ବର୍ଗ ପ୍ରତି ସେ ସମବେଦନା ଜ୍ଞାପନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବୀର ଶହୀଦ ମାନଙ୍କ ପାଇଁ ଜିଲ୍ଲା ଆରକ୍ଷୀ ବାହିନୀ ତରଫରୁ ଆନୁଷ୍ଠାନିକ ଶୋକ ଶଭା ପ୍ରଦର୍ଶନ କରିବା ସହ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଅନେକ ପୋଲିସ ଅଫିସର ଓ କର୍ମଚାରୀ ଆଇନ୍ ଶୃଙ୍ଖଳା ଏବଂ ଅପରାଧ ନିୟନ୍ତ୍ରଣ, ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା, ଆତଙ୍କବାଦ ଓ ବାମପନ୍ଥୀ ଉଗ୍ରବାଦ ଦମନ ତଥା ଶାନ୍ତି ବଜାୟ କରିବାକୁ ଯାଇ ନିଜ ଜୀବନକୁ ବଳିଦାନ ଦେଇଥିଯବା ଅମର ଯବାନଙ୍କ ନିକଟରେ ଚିର କୃତଜ୍ଞ ରହିବୁ ବୋଲି ଆରକ୍ଷୀ ଅଧିଶକ୍ଷକ ରାହୁଲ ଜୈନ ପ୍ରକାଶ କରିଥିଲେ। ଏହି ଅବସରରେ ଆରକ୍ଷୀ ଅଧିବକ୍ଷକ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ପୋଲିସର ଏକ ସ୍ବତନ୍ତ୍ର ସ୍ଥାନ ରହିଛି ବୋଲି କହିବା ସହ ସାଧାରଣ ଲୋକଙ୍କ ଧନ ଜୀବନ ସୁରକ୍ଷା, ଆଇନ୍ ଶୃଙ୍ଖଳା ନିୟନ୍ତ୍ରଣ, ଆତଙ୍କବାଦ ଓ ବାମପନ୍ଥୀ ଉଗ୍ରବାଦ ଦମନ, ଶାନ୍ତି ପ୍ରତିଷ୍ଠା ଏବଂ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାରେ ପୋଲିସ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ମତ ପ୍ରକାଶ କରିଥିଲେ। ଏହି କାର୍ୟ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଓ ଏସଟିପିଓ ସ୍ନେହାଶିଷ ସାହୁ, ପିଟିଏସର ଅଧ୍ୟକ୍ଷ ସମେତ ବିଭିନ୍ନ ଥାନାର ଅଧିକାରୀ ମାନେ ଯୋଗ ଦେଇଥିଲେ।