ସମ୍ପର୍ଣ୍ଣ ହୋଇଛି ପୂଜ୍ଯ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସୀମା ଲଙ୍ଘନ ଯାତ୍ରା

ପୁରୀ / ସଞ୍ଜୟ  ମହାପାତ୍ର : ପୁରୀ ଗୋବର୍ଦ୍ଧନ ମଠର ଶଂକରାଚାର୍ଯ୍ଯ ପୂଜ୍ଯ  ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସୀମା ଲଙ୍ଘନ ଯାତ୍ରା  ସମ୍ପର୍ଣ୍ଣ  ହୋଇଛି। ଚତୁର୍ମାସ୍ୟା ବ୍ରତ ସମ୍ପୂର୍ଣ୍ଣ କରି ଗୋବର୍ଦ୍ଧନମଠରୁ ବାହାରି ବାଲି ସାହି ଦେଇ ମହାପ୍ରଭୁ ଶ୍ରୀପତିତପାବନଙ୍କୁ ଦର୍ଶନ କରିଛନ୍ତି ଜଗଦଗୁରୁ ଶଂକରାଚାର୍ଯ୍ଯ। ତାପରେ ବାଟ ମଙ୍ଗଳାଙ୍କ ଦର୍ଶନ ସହ ନିଳାମ୍ବରପୁର ବିଲ ମହାଦେବଙ୍କ ଦର୍ଶନ କରି ଶେଷ କରିଛନ୍ତି ଚତୁର୍ମାସ୍ୟା ବ୍ରତ। ସେପଟେ ମହୋଦଧି ଆରତୀ କରିବା ଗୋବର୍ଦ୍ଧନ ମଠକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଜଗଦଗୁରୁ। ସେପଟେ ସୀମା ଲଂଘନ ଯାତ୍ରା ଅବସରରେ ଶ୍ରୀମନ୍ଦିରରେ ପତିତପାବନଙ୍କୁ ଦର୍ଶନ କରିବା ସହ ଉପସ୍ଥିତ ଭକ୍ତ ମାନଙ୍କୁ ଆଶିର୍ବାଦ ଦେଇଥିଲେ  ଗୁରୁଜୀ ମହାରାଜା। ସେପଟେ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ଯ ସ୍ୱାଗତ କରାଯାଇଥିଲା। ଏହି ସମୟରେ ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ , ସେବାୟତ ଓ ପୁଲିସ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ଜଗଦଗୁରୁ ଶଂକରାଚାର୍ଯ୍ଯ ମନ୍ଦିରକୁ ପ୍ରବେଶ କରିବା ବେଳେ ବେଦପାଠ କରାଯାଇଥିବା ଶୁଣିବାକୁ ମିଳିଥିଲା।