୫ଦନ ପରେ ଦେଖିବାକୁ ମିଳିବନ ୨ହଜାର ଟଙ୍କିଆ ନୋଟ

ନୂଆଦିଲ୍ଲୀ: ଆଉ ଦେଖିବାକୁ ମିଳିବନି ୨ହଜାର ଟଙ୍କିଆ ନୋଟ । ଆସନ୍ତା ୩୦ ତାରିଖ ଠାରୁ ଉଭେଇ ଯିବ ୨ହଜାର ଟଙ୍କିଆ ନୋଟ । ଦେଶର ସବୁଠାରୁ ବଡ ନୋଟ କୁହାଯାଉଥିବା ୨ହଜାର ଟଙ୍କିଆ ନୋଟକୁ ଆଉ ୫ଦନ ପରେ ଦେଖିବାକୁ ମିଳିବନି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର କ୍ଲିନ ନୋଟ ପଲିସି ଅନୁସାରେ ୩୦ ତାରିଖ ପରେ ନିଜର ଆଇନଗତ ବୈଧତା ହରାଇବ । ବଜାରରୁ ୨ ହଜାର ଟଙ୍କିଆ ନୋଟ ହଟାଇବା ଲାଗି ସରକାର ନିଷ୍ପତ୍ତି ନେବା ପରେ ଗତ ମେ ୨୩ ତାରିଖରୁ ୨ ହଜାର ଟଙ୍କିଆର ବଦଳି ବା ଜମା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତ ମେ ୨୩ ତାରିଖରେ ଏହି ନିଷ୍ପତ୍ତି ଘୋଷଣା କରିବା ପରେ ବଦଳି ବା ଜମା ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା ଜାରି ରହିଥିଲା । ତେବେ ଆସନ୍ତା ୩୦ ତାରିଖ ଯାଏ ଆରବିଆଇର ୧୯ଟି ଆଞ୍ଚଳିକ କାର୍ୟ୍ୟାଳୟ ତଥା ନିକଟସ୍ଥ ବ୍ୟାଙ୍କ ଶାଖାରେ ୨ ହଜାର ଟଙ୍କିଆ ବଦଳାଇପାରିବେ ସୂଚନା ଦେଇଛି ।