ଭୁବନେଶ୍ୱର: ବିଡ଼ା ବିଡ଼ା ଜାଲ ନୋଟ । ଏସଟିଏଫ ଜାଲରେ ଜାଲ ନୋଟ ରାକେଟ । ଥାକ ମାରି ଥୁଆ ହୋଇଛି ୪୧ଲକ୍ଷ ୧୬ ହଜାର ଟଙ୍କାର ଫୋକ ନୋଟ । ଶନିବାର ସୋନପୁରରେ ଚଢାଉ ବେଳେ ଏସଟିଏଫ ହାତରେ ଧରାପଡିଛି ୪୧ଲକ୍ଷ ୧୬ ହଜାର ଜାଲ ନୋଟ । ଘଟଣାରେ ଜଣେ ଅଭିଯୁକ୍ତ ସୋନପୁରର ଦୀପକ ମେହେରଙ୍କୁ ଗିରଫ କରାଯାଇଛି । ଆଉ ଜଣେ ଫେରାଇ ହୋଇଯାଇଛନ୍ତି । ସେମାନଙ୍କ ନିକଟରୁ ଛାପିବା ପାଇଁ ବ୍ୟବହାର ହେଉଥିବା ସରଞ୍ଜାମ ଏବଂ କଞ୍ଚାମାଲ ଜବତ କରାଯାଇଛି। ତେବେ ଜବତ ହୋଇଥିବା ଜାଲ ନୋଟ ପଡୋଶୀ ରାଜ୍ୟ ଛତିଶଗଡରେ ଛପାଇ ଅଣାଯାଇଥିଲା ।
୧ଲକ୍ଷ ଫୋକ ନୋଟ ପାଇଁ ୧୦ରୁ୨୫ ହଜାର ଟଙ୍କା ଯାଏ ହେଉଥିଲା ଡିଲ ।ଜବତ ୪୧ ଲକ୍ଷ ୧୬ ହଜାର ଫେକ ନୋଟ୍ ଦେବାକୁ ୧୨ ଲକ୍ଷର ଅସଲି ନୋଟର ଡିଲ୍ ହୋଇଥିବା STF ସୂଚନା ଦେଇଛି । ଜବତ ନୋଟ୍କୁ ପରୀକ୍ଷା ପାଇଁ ପଶ୍ଚିମବଙ୍ଗ ମେଦିନାପୁରରେ ଥିବା ରିଜର୍ଭ ବ୍ୟାଙ୍କର ମୁଦ୍ରଣ କେନ୍ଦ୍ରକୁ ପଠାଯାଇଛି । ନୋଟରେ ଥିବା ଗାନ୍ଧିଙ୍କ ଫଟୋ, ସିଗ୍ନେଚର ସମେତ ଅନ୍ୟାନ୍ୟ ମୁଦ୍ରଣ ଶୈଳୀ ପରୀକ୍ଷା ହେବ । ଯଦି ଏହା ହାଇ-କ୍ୱାଲିଟି ଥାଏ ତେବେ ଅଭିଯୁକ୍ତ ବିରୋଧରେ ଅନ୍ ଲ’ଫୁଲ ଆକ୍ଟିଭିଜିଟ୍ ପ୍ରଭେନସନ୍ ଆକ୍ଟ- UAPA ଲାଗୁ ସହ NIAକୁ ଅବଗତ କରାଯିବ ।