“ଆଦିତ୍ୟ-ଏଲ ୱାନ’କୁ ନେଇ ଇସ୍ରୋର ବଡ ଘୋଷଣା

ଭାରତ: ସୂର୍ଯ୍ୟ ମିଶନ “ଆଦିତ୍ୟ-ଏଲ ୱାନ’କୁ ନେଇ ଇସ୍ରୋର ବଡ ଘୋଷଣା । ୨ ସେପ୍ଟେମ୍ବର ଦିନ ୧୧ଟା ୫୦ରେ ଲଞ୍ଚ ହେବ ଆଦିତ୍ୟ ଏଲ ୱାନ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ ହେବ “ଆଦିତ୍ୟ-ଏଲ ୱାନ’ । ପିଏସଏଲଭି -ସି୫୭ ଜରିଆରେ ଲଞ୍ଚ କରାଯିବ “ଆଦିତ୍ୟ-ଏଲ ୱାନ’ । ଏହା ସୂର୍ଯ୍ୟର ନିକଟତର ହୋଇ ତାର ଫଟୋ ଉଠାଇବ । ଏହା ସୂର୍ଯ୍ୟ ଗବେଶଣା ସଂପର୍କରେ ପ୍ରଥମ ଭାରତୀୟ ମିଶନ । ଚନ୍ଦ୍ରଯାନ-୩ ମିଶନର ସଫଳ ପ୍ରୟାସ ପରେ ଏବେ ସୂର୍ଯ୍ୟ ମୁହାଁ ହେଉଛି ଭାରତ । ସୂର୍ଯ୍ୟ ସଂପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ତାର ପ୍ରୟାସ ଜାରି ରଖିଛି ।
ପୃଥିବୀ ଠାରୁ ପ୍ରାୟ ୧୫ଲକ୍ଷ କିମି ଦୂରରେ ରହିଛି ସୂର୍ଯ୍ୟ-ପୃଥିବୀ ସିଷ୍ଟମର ପ୍ରଥମ ଲ୍ୟାଗରେଞ୍ଜ ପଏଣ୍ଟ । ତେଣୁ ଉତକ୍ଷେପଣର ୪ମାସ ପରେ ନିର୍ଦ୍ଧାରିତ କକ୍ଷ ପଥରେ ଅବସ୍ଥାପିତ ହେବ “ଆଦିତ୍ୟ-ଏଲ ୱାନ’ । ଏବଂ ଗ୍ରହଣ ଓ ପରାଗର ପ୍ରଭାବ ପଡୁନଥିବାରୁ ସୂର୍ଯ୍ୟ ଉପରେ ଅଧ୍ୟୟନ ଜାରି ରଖିବ ସୂର୍ଯ୍ୟ ମିଶନ ।