ଜେଲର ପାଇଁ ତାମିଲନାଡୁର ଫିଲ୍ମ ଦେଖିବାକୁ ବିଭିନ୍ନ ଅଫିସ ଛୁଟି

ବେଙ୍ଗାଲୁରୁ: ଦୁଇ ବର୍ଷପରେ ପରଦାକୁ ଫେରୁଛନ୍ତି ସୁପରଷ୍ଟାର ରଜନୀକାନ୍ତ । ଏହି ଫିଲ୍ମରେ ରଜନୀକାନ୍ତଙ୍କ ସମେତ ମୋହନଲାଲ, ଶିବ ରାଜକୁମାର, ତମନ୍ନା ଭାଟିଆ, ରମ୍ୟା କ୍ରିଷ୍ଣନ ଏଥିରେ ଅଭିନୟ କରୁଛନ୍ତି ଏବଂ ଜ୍ୟାକି ଶ୍ରଫ୍‌‌ ଏଥିରେ ଖଳନାୟକ ଭୂମିକା ନିର୍ବାହ କରିଛନ୍ତି।ବିଶ୍ୱର ୪୫୦୦ ସିନେମା ହଲ୍‌‌ରେ ଏହି ଫିଲ୍ମ ଆସନ୍ତାକାଲି ମୁକ୍ତିଲାଭ କରିବ ଏବଂ ଏଥିପାଇଁ ୫ ଅଗଷ୍ଟରୁ ଟିକେଟ ବୁକିଂ ଆରମ୍ଭ ହୋଇଛି।

ବିଶ୍ୱର ୪୫୦୦ ସିନେମା ହଲ୍‌‌ରେ ଏହି ଫିଲ୍ମ ଆସନ୍ତାକାଲି ମୁକ୍ତିଲାଭ କରିବ ଏବଂ ଏଥିପାଇଁ ୫ ଅଗଷ୍ଟରୁ ଟିକେଟ ବୁକିଂ ଆରମ୍ଭ ହୋଇଛି। ରିଲିଜ ପୂର୍ବରୁ ଆସନ୍ତାକାଲିଠାରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ସବୁ ଟିକେଟ ଅଗ୍ରୀମ ବୁକିଂ ହୋଇସାରିଛି। ଏପରିକି ଟ୍ୱିଟର ଓ ଅନ୍ୟ ସାମାଜିକ ଗଣମାଧ୍ୟମରେ ବ୍ଲାକ୍‌‌ରେ ଟିକେଟ ମିଳୁଛି, ଯାହାର ମୂଲ୍ୟ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। ରଜନୀକାନ୍ତଙ୍କ ଏହି ଫିଲ୍ମକୁ ନେଇ ସାରା ଦକ୍ଷିଣ ଭାରତରେ ବିପୁଳ ଉତ୍ସାହ ସୃଷ୍ଟି ହୋଇଛି। ବହୁ କମ୍ପାନୀ ଆଜି ଛୁଟି ସହ କର୍ମଚାରୀଙ୍କୁ ମାଗଣା ଟିକେଟ୍‌‌ ବଣ୍ଟନ କରିଛନ୍ତି। ଚେନ୍ନାଇ ଓ ଅନ୍ୟ ସ୍ଥାନମାନଙ୍କରେ ତାଙ୍କ ପ୍ରଶଂସକମାନେ ରଜନୀକାନ୍ତଙ୍କ ପ୍ରତିମୂର୍ତ୍ତି ଓ କଟ୍‌‌ଆଉଟ୍‌‌କୁ କ୍ଷୀରରେ ଅଭିଷେକ କରାଯାଇଛି।