ବ୍ୟବହୃତ କାର କିଣାବିକାରେ ଅଭିବୃଦ୍ଧି: ଗୋଟିଏ ଘଣ୍ଟାରେ ବିକ୍ରି ହୋଇଛି ୩୦ଟି କାର

ନୂଆଦିଲ୍ଲୀ:   ଭାରତରେ ପ୍ରି-ଓନଡ୍ କାର୍ କ୍ଷେତ୍ରର ଅଗ୍ରଣୀ କମ୍ପାନି କାରସ ୨୪ ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ ରିପୋର୍ଟ ପ୍ରକାଶ କରିଛି। ଉକ୍ତ ତ୍ରୟମାସରେ ପ୍ରି-ଓନଡ୍ କାର୍ ଚାହିଦାରେ ଉଲ୍ଲେଖନୀୟ ଅଗ୍ରଗତି ଘଟିଛି। କାରସ ୨୪ ମଧ୍ୟ ଗତ ବର୍ଷର ଉକ୍ତ ଅବଧି ତୁଳନାରେ ଚଳିତବର୍ଷ ୮୭ ପ୍ରତିଶତ ବିକ୍ରି ବୃଦ୍ଧି ହାସଲ କରିଛି। ଭାରତୀୟମାନେ କାରସ ୨୪କୁ ୧୮୦୦ କୋଟି ଟଙ୍କା ମୂଲ୍ୟର କାର୍ ବିକ୍ରି କରିଛନ୍ତି।

ବିଭିନ୍ନ କାରଣରୁ ଲୋକମାନେ ବ୍ୟବହୃତ କାରକୁ ବିକଳ୍ପ ଭାବେ ଚୟନ କରିଛନ୍ତି। ଅଧିକନ୍ତୁ, ପ୍ରି-ଓନଡ୍ କାର କିଣାବିକା ପାଇଁ ଅନଲାଇନ ମାର୍କେଟପ୍ଲେସ ଓ ଡିଜିଟାଲ ପ୍ଲାଟଫର୍ମର ବିକାଶ ମଧ୍ୟ ଏହି ବଜାରକୁ ଆହୁରି ଗତିଶୀଳ କରିଛି। ବ୍ୟବହୃତ କାର୍ କ୍ରୟ ପାଇଁ ଗ୍ରାହକଙ୍କ ଆଗ୍ରହକୁ ଦେଖି କାରସ ୨୪ର ସହପ୍ରତିଷ୍ଠାତା ଗଜେନ୍ଦ୍ର ଜାଙ୍ଗିଡ ଖୁସି ବ୍ୟକ୍ତ କରିଛନ୍ତି। ବ୍ୟବହୃତ କାର ବଜାରରେ ବିକ୍ରିରେ ଏଭଳି ବୃଦ୍ଧି ବାସ୍ତବତଃ ଉତ୍ସାହଜନକ। ଏପ୍ରିଲ-ଜୁନ ତ୍ରୟମାସରେ ଲୋକମାନେ ଆମ ପ୍ଲାଟଫର୍ମରେ ୬୦ ମିନିଟରେ ୩୦ଟି କାର୍ ବିକ୍ରି କରିଛନ୍ତି। ଏହି ସମୟ ମଧ୍ୟରେ ଲୋକମାନେ ପ୍ରାୟ ୨ ଲକ୍ଷ ଟେଷ୍ଟ ଡ୍ରାଇଭ ପାଇଁ ବୁକ୍ କରିଛନ୍ତି। କମ୍ପାନିର ଫାଇନାନ୍ସିଂ ଶାଖା ଏହି ସମୟରେ ୨୦୦୦ କୋଟି ଟଙ୍କା ଯୋଗାଇ ଦେଇଛି ଯାହାକି ଏକ ମାଇଲଖୁଣ୍ଟ ବୋଲି ସହ ପ୍ରତିଷ୍ଠାତା କହିଛନ୍ତି।