ଗଞ୍ଜାମ/ ରଜନୀକାନ୍ତ ପାତ୍ର: ଗଞ୍ଜାମ ଏସପି ଜଗମୋହନ ମିନା ଦେଖାଇଲେ ମାନବିକତା । ଏସପି ଭଞ୍ଜନଗରରୁ ଛତ୍ରପୁର ଫେରୁଥିବା ବେଳେ ଆସିକା ପାକେଲାପଲି ଛକ ନିକଟରେ ଜଣେ ଯୁବକ ରାସ୍ତାକଡରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିଲେ । ଏସପି ଖୋଦ ସେଠାରେ ଅଟକି ନିଜ ଗାଡିରେ ଗୁରୁତର ଯୁବକଙ୍କୁ ଆସିକା ମେଡିକାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ପାଇଁ ନିଦ୍ଦେର୍ଶ ଦେଇଛନ୍ତି । ତେବେ ଗୁରୁତର ଅବସ୍ତାରେ ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକ କବିସୂର୍ୟ୍ୟନଗର ଥାନା ଏକାଦଶି ଗ୍ରାମର ଶତୃଘନ ସାମଲ ବୋଲି ଜଣାପଡିଛି ।