ଖୋର୍ଦ୍ଧା/ପ୍ରବୀଣ ଭଞ୍ଜ : ଦୀର୍ଘ ଏକମାସ ଦଶ ଦିନ ପରେ ବ୍ରାଉନ ସୁଗାର ମାଫିଆ ସୋମନାଥ ଭୁଜବଳ ହତ୍ୟାକାଣ୍ଡ ଘଟଣାର ଖୁଲାସା କରିବାରେ ସଫଳ ହୋଇଛି ଖୋର୍ଦ୍ଧା ପୋଲିସ । ଘଟଣାର ମାଷ୍ଟର ମାଇଣ୍ଡ, ଅଭିଯୁକ୍ତ ସଞ୍ଜୟ ପ୍ରଧାନ ସହ ସମସ୍ତ ୭ ଅଭିଯୁକ୍ତ ସହଯୋଗିଙ୍କୁ ଗିରଫ କରିଛି ପୋଲିସ । ୪ ପିସ୍ତଲ ସହିତ ୧୧ ଜୀବନ୍ତ ଗୁଳି ଏଵଂ ୧୦ମୋବାଇଲ ସାଙ୍ଗକୁ ୬ଟି ଗାଡ଼ିକୁ ଅଭିଯୁକ୍ତଙ୍କ ଠାରୁ ଜବତ କରିଛି ପୋଲିସ । ପୂର୍ବ ବ୍ୟବସାୟିକ ଶତ୍ରୁତାକୁ ନେଇ ହୋଇଥିଲା ଏହି ସୁଚିନ୍ତିତ ହତ୍ୟାକାଣ୍ଡ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସ.ପି ସିଦ୍ଧାର୍ଥ କଟାରିଆ ।
ଗତ ଜୁନ୍ ୭ତାରିଖ ରାତିରେ ଡ୍ରଗ୍ସ ମାଫିଆ ସୋମନାଥ ଭୁଜବଳକୁ ହୋଇଥଲା ଗୁଳିମାଡ଼ । ଗୁଳି ସୋମନାଥର ହାତ, ଛାତି ଓ ପିଠିରେ ବାଜିଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ସୋମନାଥ । ତେବେ ଅନେକ ଘାତ ପ୍ରତିଘାତ ଏଵଂ ବାଦ ବିବାଦ ଭିତରେ ଦୀର୍ଘ ଏକମାସ ଦଶ ଦିନ ପରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୁ ପ୍ରଧାନ ସମେତ ଆଠ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ଖୋର୍ଦ୍ଧା ପୋଲିସ ।