ସମସ୍ତ ଜୀବନ ସୁରକ୍ଷୀତ କାମନା କରି ପୁରୀ ଷ୍ଟେସନରେ ଚାଲିଛି ପୂଜାର୍ଚ୍ଚନା

ପୁରୀ:ବାହାନଗା ଦୁର୍ଘଟଣା ପରେ ରାଜ୍ୟରେ ରେଳ ଦୁର୍ଘଟଣା ପରେ ଦୁର୍ଘଟଣା ଲାଗି ରହିଛି । ତେଣୁ ପୁରୀ ଷ୍ଟେସନରେ ଚାଲିଛି ପୂଜାର୍ଚ୍ଚନା । ଏହି ସବୁ ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ପୁରୀ ରେଳ ଷ୍ଟେସନରେ ଟ୍ରେନକୁ ପୂଜାକରାଯାଉଛି । ଟ୍ରେନ ସମୁଖରେ ଧୂପ ଦୀପ ଜାଳି ପୂଜାର୍ଚ୍ଚନା କରୁଛନ୍ତି ଜଗନ୍ନାଥ ସୁରକ୍ଷା ମଞ୍ଚ । ଟ୍ରେନ ଦୁର୍ଘଟଣା ଅନେକଙ୍କ ଜୀବନ ନେଇଥିବା ବେଳେ କାହା ଜୀବନକୁ କଳା ଅନ୍ଧାର ପରି କରି ଦେଇଛି ।ଏବେବି ସେ କାଳ ରାତିର ଦୃସ୍ୟ କାହାରି ମନରୁ ଲିଭି ନାହିଁ । ତେଣୁ ଅଗକୁ ଯେପରି ଟ୍ରେନ ଦୁର୍ଘଟଣା ପୁନରାବୃତି ନହେଉ ଓ ସମସ୍ତଙ୍କ ଜୀବନ ସୁରକ୍ଷୀତ କାମନା କରି ଏହି ପୂଜା କରାଯାଇଛି ।